ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ

61

କାଶୀନଗର ୭/୩ : ଗତ କାଲି କାଶୀନଗର ପୋଲିସ ଙ୍କୁ ଏକ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି | ଗଜପତି ଏସ ପି ଙ୍କ ନିଁର୍ଧେଶ ଓ କାଶୀନଗର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାଶୀନଗର ପୋଲିସ ପିଜେଟିଙ୍ଗ କରି ଗାଡି ଯାଞ୍ଚ କରୁଥିବା ବେଳେ ଏକ ପଲସର ବାଇକ ନ.ଏ ପି ଳ ୯୬୬୬ ଙ୍କୁ ଜବତ କରିବା ସହ ୧ଳଶ୮୦୦ ଗମ ଗଂଜେଇ ଜବତ କରିଛି | କାଶୀନଗର ପୋଲିସ କେଶ ନ.୩୩/୨୩ ରେ ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି | ଗିରଫ ବ୍ୟକ୍ତି ମାନେ ପାରଳାଖେମୁଣ୍ଡି ର ଟି. ସୁନୀଲ, ଜାଗର ମଣ୍ଡଳ ବୋଲି ଜଣା ପଡ଼ିଛି | ଏମାନେ କେତେଦିନ ହେଲା ଏହି କାରବାର ଚଳାଇ ଆସୁଥିଲେ | କହିବାକୁ ଗଲେ କାଶୀନଗର ଥାନା ଅଞ୍ଚଳରେ ଚୋରା ମାଡ଼ କାରବାର ହେଉଥିଲେ ହେଁ ଗଂଜେଇ ମିଳିବା ପ୍ରଥମ ଘଟଣା | ଏମାନେ ଫୁଲବାଣୀର ବାଲିଗୁଡା ଅଞ୍ଚଳରୂ ଚୋରାରେ ଏହି ଗଂଜେଇ କାର ବାର କରି ଅଡ଼ୁଥିଲେ |