Saturday, October 10, 2026
Home ଆଞ୍ଚଳିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅଭିନଵ ପ୍ରତିବାଦ ଆଗାମୀ ୧୫ ପାଇଁ ପ୍ରସ୍ତୁତି ବୈଠକ

ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅଭିନଵ ପ୍ରତିବାଦ ଆଗାମୀ ୧୫ ପାଇଁ ପ୍ରସ୍ତୁତି ବୈଠକ

50

କାଶୀନଗର,୭/୩ : କାଶୀନଗର ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କଳା ବ୍ୟାଜ ପିନ୍ଧି ଅଭିନଵ ଆନ୍ଦୋଳନ ଜାରି ରଖିଛନ୍ତି | ପ୍ରକାଶ ଥାଉକି, ଆସନ୍ତା ୧୫ ତାରିଖ ରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ର ଡାକରା କ୍ରମେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭୁବେନେଶ୍ୱର ପି ଏମ ଜି ଛକ ରେ ଧାରଣା ଓ ଆନ୍ଦୋଳନ କରିବା ଓ ନିଜର ତିନିଗୋଟି ଦାବୀ ପୁରାଣ ନଂ ହେବା ଯାଏଁ ଧାରଣା ଜାରି ରଖିବା ର ପଣ ନେଇଛନ୍ତି | ଏଣୁ ଏବେ ଠାରୁ କଳା ବ୍ୟାଜ ପିନ୍ଧି ନିଜ ଆଭିମୁଖ୍ୟ ଙ୍କୁ ସ୍ଵଷ୍ଟ କରିଛନ୍ତି | ଏଣୁ ଆସନ୍ତା ୧୧ ତାରିଖ ଶନିବାର ଦିନ ଏକ ପ୍ରସ୍ତୁତି ବୈଠକ ସଙ୍ଘ ନିଷ୍ପତି ନେଇଛନ୍ତି ଜ୍ଝଏଠାରେ ଆଗାମୀ ୧୫ ପାଇଁ ପ୍ରସ୍ତୁତି କରାଯିବାକୁ ଚରମ ନିଷ୍ପତି ନିଆଯିବ ବୋଲି ଆର. ମଧୁ କୁମାର କାର୍ୟ୍ୟ କରି ସଭାପତି ଶ୍ରୀ ଜଗଦୀଶ ପାତ୍ର ସୂଚନା ଦେଇଛନ୍ତି |