
ହିଞ୍ଜିଳିକାଟୁ,୭/୦୩(ଜିଲ୍ଲା ଖବର) : ରାଜ୍ୟରେ ସାଂପ୍ରତିକ ସ୍ଥିତିରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ୨୦୧୬-୧୭ ଶିକ୍ଷାବର୍ଷ ଠାରୁ ପ୍ରାୟ ୧୧୮୦ ସରକାରୀ ହାଇସ୍କୁଲ ଓ କଲେଜଗୁଡିକରେ ଏହି ପାଠ୍ୟକ୍ରମରେ ଶିକ୍ଷାଦାନ ହେଉଛି |ଏଥପାଇଁ ପ୍ରାୟ ୨୩୫୦ ପ୍ରଶିକ୍ଷକଙ୍କୁ ଆଉଟସୋସିଂ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୪୨ଟି ସ୍କୁଲ ଓ ୨ କଲେଜରେ ୮୮ଜଣ ପ୍ରଶିକ୍ଷକ କାର୍ଯ୍ୟରତ।
ଏହି ପ୍ରଶିକ୍ଷକମାନେ ଦୀର୍ଘଦିନ ଧରି ବିଭିନ୍ନ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଧାରଣା, ବିକ୍ଷୋଭ ତଥା ରାଲି କରିଥିଲେ ମଧ୍ୟ ପ୍ରତାରଣା ଛଡ଼ା କିଛି ମିଳିନି। ଏଥୁରୁ ସ୍ପଷ୍ଟ ହେଉଛି ଯେ ସରକାର ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବ ଦେବାବେଳେ ପ୍ରଶିକ୍ଷକ ମାନଙ୍କୁ ଅବହେଳା କରୁଛନ୍ତି ।

ସ୍ଥାୟୀ ନିଯୁକ୍ତି,ସମାନ କାମକୁ ସମାନ ଦରମା ଓ ଆମକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଆଣି ସରକାରଙ୍କ ଅଧ୍ବନରେ ରଖି ଭଳି ତିନୋଟି ମୁଖ୍ୟ ଦାବିଗୁଡିକୁ ଓଡ଼ିଶା ଭୋକେଶନାଲ ଟ୍ରେନର ଆସୋସିଏସନ୍ ତରଫରୁ ପୁନର୍ବାର ସରକାରଙ୍କୁ ନିବେଦନ କରାଯାଇଛି ଏବଂ
ସରକାର ୭ଦିନ ମଧ୍ୟରେ କୌଣସି ନିଷ୍ପତି ନ ନେଲେ ୧୦ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ବର୍ଜନ କରିବା ସହିତ ୯ ତାରିଖରୁ ବିଧାନସଭା ସମ୍ମୁଖରେ
ଶାନ୍ତିପୂର୍ଣ୍ଣ ଭାବରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦିଆଯିବ। ଏ ନେଇ ଭୋକେଶନାଲ ଟ୍ରେନର ଆସୋସିଏସନ୍ ଗଞ୍ଜାମ ଜିଲ୍ଲାସଂଘର ସଭାପତି ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର ଙ୍କ ନେତୃତ୍ଵରେ ସମସ୍ତ ପ୍ରଶିକ୍ଷକ ମାନେ ସୋମବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଙ୍କୁ
ଭେଟି ବିଭିନ୍ନ ସମସ୍ୟାଗୁଡ଼ିକୁ ଅବଗତ କରାଇବା ସହିତ ଏକ ଦାବିପତ୍ର ପ୍ରଦାନ ଦିଆଯାଇଛି ।




