ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ

60

ଗୁଣୁପୁର,୪/୩ : ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଭାବେ ଡ଼ଃ ବିନୟ କୁମାର ମିତ୍ତଲ ଯୋଗଦାନ ଦେଇଛନ୍ତି।ସେ ଭାରତର ବିଖ୍ୟାତ କମ୍ପୁଟର ଇଞ୍ଜିନିୟରିଙ୍ଗ ପ୍ରଫେସର ତଥା ପୂର୍ବତନ ବାୟୁସେନା ସ୍କାଡ୍ରନ ଲିଡ଼ର ଭାବେ କାର୍ୟ୍ୟରତ ଥିଲେ ଓ ପ୍ରଫେସର ମିତ୍ତଲ ଏକ ଉଚ୍ଚବର୍ଗର ମେଧାବୀ ଛାତ୍ର ହିସାବରେ ଆଇ ଆଇ ଟି ରୁର୍କି, ଆଇ ଆଇ ଟି ମାଡ୍ରାସ ଏବଂ ଆଇ ଆଇ ଟି ହାଇଦ୍ରାବାଦରୁ କମ୍ପୁଟର ତଥା ଇଲୋଟ୍ରୋନିକସ ବିଭାଗରେ ପି.ଏଚ.ଡ଼ି ଡିଗ୍ରୀ ଲାଭ କରିଥିଲେ ଓ ପ୍ରଫେସର ମିତ୍ତଲଙ୍କ ଦୀର୍ଘ ୩୪ ବର୍ଷ କାର୍ୟ୍ୟକାଳ ଭିତରେ ୧୪ ବର୍ଷ ଏୟାରଫୋର୍ସରେ କଟାଇଲା ବେଳେ ଏୟାରଫୋର୍ସ ଟେକନିକାଲ କଲେଜ ବାଙ୍ଗଲୋର, ନିର୍ଦ୍ଦେଶକ ଥିଲେ ଓ ଏହା ପରେ ମାଇକ୍ରୋସଫ୍ଟ ,ୟଙ୍ଗସଫ୍ଟ ତଥା ପରମାଣୁ ସାଇନ୍ସ ସେଣ୍ଟର, ଦିଲ୍ଲୀ ତଥା ଆଇ ଆଇ ଟି ହାଇଦ୍ରାବାଦ ଚିତୋର , କେ ଏଲ ୟୁନିଭର୍ସିଟି ,ବିଜୟୱାଡା ରେ ଅଧ୍ୟାପନଓ କରିଥିଲେ ଓ ଏହା ପରେ ଗୀତମ ୟୁନିଭର୍ସିଟି ହାଇଦ୍ରାବାଦରେ ନିର୍ଦ୍ଦେଶକ ରୂପେ କାର୍ୟ୍ୟ କରିଥିଲେ ଓ ସର୍ବ ଭାରତ ସ୍ତରରେ ପ୍ରଫେସର ମିତ୍ତଲଙ୍କୁ ବାୟୋମେଟ୍ରିକସ, ଆର୍ଟିଫିସଲ ଇଣ୍ଟଲିଜେନ୍ସ, ମେସିନ ଲର୍ନିଙ୍ଗ, ବ୍ରେନ ୱେଭସ, ସାଇବେର ସେକୁରିଟି, ସୋଲାର ପାୱାର, ରୋବଟିକସରେ ଏକ ଉଚ୍ଚତମ ବୈଜ୍ଞାନିକ ହିସାବରେ ପରିଗଣିତ କରାଯାଏ ଓ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଓ ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଆଶା ବ୍ୟକ୍ତ କରିଛନ୍ତି ଯେ ଡ଼ଃ ମିତ୍ତଲଙ୍କ ନେତୃତ୍ୱରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଅଧ୍ୟାପନା, ଗବେଷଣା ତଥା କ୍ୟାମ୍ପସ ପ୍ଲେସମେଣ୍ଟକୁ ଶିଖର ଦେଶରେ ପହଞ୍ଚାଇ ପାରିବ ଓ ଜିଆଇଇଟି ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ସୁଦ୍ଧା ପୂର୍ବ ଭାରତରେ ଏକ ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଥିବା ବେଳେ ବର୍ତ୍ତମାନ ସର୍ବ ଭାରତୀୟ ସ୍ତରରେ ଏକ ପ୍ରଥମ ଶ୍ରେଣୀର ଅଗ୍ରଣୀ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବାକୁ ପ୍ରୟାସ କରିବେ ବୋଲି ପ୍ରଫେସର ମିତ୍ତଲ କହିଛନ୍ତି।