Monday, October 12, 2026
Home ଆଞ୍ଚଳିକ ଆକୁଂଶପୁର ସଦରଥାନା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

ଆକୁଂଶପୁର ସଦରଥାନା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

46

ବ୍ରହ୍ମପୁର, ଜାନୁଆରୀ ୧୬ (ଲକ୍ଷ୍ମୀନରାୟଣ ମିଶ୍ର) : ସରକାରଙ୍କ ମଟର ଯାନ ଆଇନକୁ ନେଇ ଆକୁଂଶପୁର ସଦରଥାନା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ କରାଯାଇଛି । ଆକୁଂଶପୁର କବି ରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବେର୍ଦିକ କଲେଜ ଛାତ୍ରଛାତ୍ରୀ ଓ ଥାନାର କର୍ମକର୍ତ୍ତା ମିଳିତ ଭାବେ ଏକ ସଚେତନତା ରାଲି ଅନୁଷ୍ଟିତ ହୋଇଯାଇଛି l ଏଥିରେ ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ ଯୋଗଦେଇ ରାଲିକୁ ଉଦଘାଟନ କରି ଥାନା ଆଖିପାଖ ଅଞ୍ଚଳ ପରିକ୍ରମାରେ କରି ଅଙ୍କୁଶପୁର ଛକ ନିକଟରେ ମଟରସାଇକଲ ରେ ହେଲମେଟ ପିନ୍ଧି ସୁରକ୍ଷିତ ଯାଉଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ l

ଯେଉଁ ଚାଳକ ନିୟମ ଉଲଙ୍ଗନ କରିଥିବା ଚାଳକଙ୍କୁ ମଧ୍ୟ ହେଲମେଟ ବ୍ୟବହାର ଦ୍ୱାରା ସୁରକ୍ଷିତରହିବା ନିମନ୍ତେ ଗୋଲାପଫୁଲ ଦେଇ ଚଲାଇବାକୁ ପରାମର୍ଶ ଦେଇଥିଲେ। ଏଥିରେ କେଏଟିଏସ ସୁପରିଟେଣ୍ଟ୍ ବିମଳ ପଣ୍ଡା, ଆନ୍ତଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ସଭାପତି ସଂଜୟ ମହାରଣା, ଅତିରିକ୍ତ ଥାନା ଅଧିକାରୀ ବିଶ୍ବନାଥ ଜାଲି,ଏସଆଇ ବିଭୂତି ସେଠୀ, ବିନିତ ଶତପଥୀ, ସୁରେଶ ସାହୁ, ଉଷା ଦାଶକଂ ସହ ଥାନାର ସମସ୍ତ ହାବିଲଦାର୍, କନେଷ୍ଟବଳ, କ୍ରମକତ୍ତାକଂ ସହ କେଏଟିଏସ୍ ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ।