ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

68

ରାୟଗଡ଼ା,୧/୦୩( ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ନାଗେଶ୍ଵର ଚେଟି ଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୀର୍ଘବର୍ଷ ଧରି ସେ ଅତି ସୁନ୍ଦର ଭାବରେ ନିଜର କାର୍ୟ୍ୟ ତୁଲାଇଥିଲେ। ତାଙ୍କ ଶିକ୍ଷକତା ଆରମ୍ଭ ଠାରୁ ଶେଷ ପର୍ୟ୍ୟନ୍ତ ତାଙ୍କର କାର୍ୟ୍ୟରେ କୌଣସି ତୃଟି ନଥିଲା। ତେଣୁ ଆଜି ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିବା ସମୟରେ ଛାତ୍ର ଛାତ୍ରୀ ମାନେ କାନ୍ଦି ଥିଲେ ଏବଂ ଶିକ୍ଷକ ଙ୍କୁ ଛାଡିବା ପାଇଁ ମଧ୍ୟ ସେମାନେ ନାରାଜ ଥିଲେ। ଏହି ପ୍ରଧାନ ଶିକ୍ଷକଙ୍କୁ ଆଜି ବିଷମକଟକ ବ୍ଲକ ଶିକ୍ଷା ଅଧିକାରୀଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ବିଷମକଟକ ଶିକ୍ଷା ଅଧିକାରୀ ଶ୍ରୀ ମଦନମୋହନ ପାଣି, ଏ ବି ଓ ଇନ୍ଦ୍ରଜିତ ନାୟକ,ବିଯୟ କୁମାର ଦାସ, ସୋମନାଥ ଓଡକା, ସମସ୍ତ କଷ୍ଟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଦ୍ୟାଳୟର ସଭାପତି ତିରୁପତି ପଣ୍ଡା,ସି ଆର ସି ହେମନ୍ତ ପଣ୍ଡା, କନିଷ୍ଠ କିରାଣୀ ମହେନ୍ଦ୍ର ପାତ୍ର,ପୁରୁନ ଚନ୍ଦ୍ର ସେଠୀ, ସୁକଦେବ କୁସୁଲିଆ, ବିପ୍ଳବ ମହାପାତ୍ର, ବିଦୁଲତା ତାଣ୍ଡି , ଉଦୟ ଲାବଲା ପ୍ରମୁଖ ଉପସ୍ଥିତ ଥିଲେ।