
ଧରାକୋଟ,୧/୦୩(ଜିଲ୍ଲା ଖବର) : ଧରାକୋଟ ଗୋଷ୍ଠୀ ସମ୍ବଳ କେନ୍ଦ୍ର ଠାରେ ବିଭିନ୍ନ କ୍ଳଷ୍ଟର ସ୍ତରର ପ୍ରତି ବିଦ୍ୟାଳୟର ଜଣେ ଲେଖାଏଁ ଦିବ୍ୟଙ୍ଗ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଅନ୍ତର୍ଣିବେଶି ଶିକ୍ଷା ଉପରେ ଆଧାରିତ ଟ୍ରି ଦିବସୀୟ ସାମର୍ଥ୍ୟ ତାଲିମ ଶିବିର ଏ ବି ଇ ଓ ପ୍ରଦୀପ କୁମାର ହୋତା ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଉମା ଚରଣ ପାଣିଗ୍ରାହୀ ଓ ବୁଚି ରାଓ ଦୋରା ଯୋଗଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ 50 ଜଣ ଓ ଦ୍ଵିତୀୟ ପର୍ଯ୍ୟରେ 50 ଜଣଙ୍କୁ ଏପରି ତାଲିମ ପ୍ରଦାନ କରାଯିବ ବୋଲି ସାଧନ କର୍ମୀ ସୀତା କାନ୍ତ ପଣ୍ଡା,ରାମହରି ସାହୁ,ଲିଙ୍କୁ ରାଜ ପ୍ରଧାନଓ ସୁରେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ତର ନିବେଶି ଶିକ୍ଷା ସ୍ୱେଚ୍ଛେବାସେବି ଶିବ ଶଙ୍କର ସାହୁ,ସଞ୍ଜୟ ସେଠୀ, ସିମନ ରାଇତ ଓ ଦିପ୍ତି ମୟୀ ପ୍ରଧାନ ଏଥିରେ ସହଯୋଗ ପ୍ରଦାନ କରିଥିଲେ।



