୧୯୭୪ ମସିହା ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁ ମିଳନ

42

ଧରାକୋଟ,୧/୦୩(ଜିଲ୍ଲା ଖବର) : ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ଗତ 1974 ମସିହାରେ ଦଶମ ଶ୍ରେଣୀ ରେ 29 ବର୍ଷ ପୂର୍ବେ ଗୋଟିଏ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ମାନଙ୍କର ଏକ ଦୀର୍ଘ ଜୀବନ ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ନିକଟସ୍ଥ ଶାନ୍ତିଝର ପୀଠ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସହଯୋଗୀ ବନ୍ଧୁ ନିଜ ନିଜର ବିତାଇଥିବା ସମୟ ର ଅମୂଲ୍ୟ କଥା ପ୍ରକାଶ କରିଥିଲେ। ଅତୀତର ପାଠ ପଢା,ଖେଳ କୁଦ,ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ ସହ ବ୍ୟକ୍ତିଗତ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହି ପାରିବାରିକ ପରିବେଶ ସହ ଜଡ଼ିତ ହୋଇ ସମୟ ବିତାଉ ଥିବା ନେଇ ନିଜ ନିଜ ମଧ୍ୟରେ ଖୁସି ବାଣ୍ଟିଥିଲେ । ପରିଶେଷରେ ଗୁରୁ ମାନଙ୍କ ସ୍ମୃତି ଚାରଣ ସହ ଆସନ୍ତା ବର୍ଷ ପୁଣି ଏକ ଏପରି କାର୍ଯ୍ୟକ୍ରମ କରି ଅଧିକ ବନ୍ଧୁ ମାନଙ୍କୁ ସାମିଲ ପାଇଁ ମତ ଉପସ୍ଥାପନ ହୋଇଥିଲା।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ଆଶିଷ ପାଣିଗ୍ରାହୀ,ଅରକ୍ଷିତ ପାତ୍ର,ସୁବାସ ଚନ୍ଦ୍ର ରାୟ ସାମନ୍ତ,ଅଶୋକ ବରାଡ,ଡାକ୍ତର ନାରାୟଣ ସୁବୁଦ୍ଧି,କୃଷ୍ଣ ସିଂହ,ପ୍ରଦୀପ ମିଶ୍ର,ଲଡୁ କିଶୋର ସୁବୁଦ୍ଧି ଓ କୃତିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।