ଓ ଏ ଭି ପ୍ରବେଶିକା କେନ୍ଦ୍ର ପାଇ ଅଭିଭାବକ ଅସନ୍ତୁଷ୍ଟ

37

ଧରାକୋଟ,୧/୦୩(ଜିଲ୍ଲା ଖବର) : ନିଜ ନିଜ ପିଲାମାନଙ୍କର ଶିକ୍ଷା ଓ ଭବିଷ୍ୟତ ଗଠନ ପାଇଁ ସମସ୍ତ ଅଭିଭାବକ ବେଶ ତପ୍ତର ।ସଂପ୍ରତି ଧରାକୋଟ ନିକଟସ୍ଥ କୁଷଗୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଚଳିତ 2023 ବର୍ଷ ପାଇଁ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ତରଫରୁନୂତନ ପ୍ରେବେଶିକା ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଆସନ୍ତା ପାଞ୍ଚ ତାରିଖ ଦିନ ସକାଳ ଆଠ ଘଣ୍ଟା ଠାରୁ ଏଗାର ଘଣ୍ଟ ପର୍ଯ୍ୟନ୍ତ ଏହା ହବ। ଏଥି ପାଇଁ ଏଡମିଟ କାର୍ଡ ଦିଆଯାଇଛି । ଧରାକୋଟ, ମୁଣ୍ଡ ମରାଇ ଓ ଢ଼ଉଗାଁ ହାଇସ୍କୁଲ ରେ ଏହା ଅବସ୍ଥିତ ହେଉଥିବା ବେଳେ 1103 ନମ୍ବର ଏଡମୀଟ କାର୍ଡ ହୋଲ୍ଡ଼ର ହୁଆଉଛନ୍ତି ପଞ୍ଚମ ଶ୍ରେଣୀ ଛାତ୍ରୀ ବିଦ୍ୟାଶ୍ରୀ ଦେବୀ ତ୍ରୀପାଠୀ।କାଶୀନାଥ ତ୍ରିପାଠୀଙ୍କ ଝିଅ ରୁଗୁମୁ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ । ଗାଁ ନିକଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖାଇ ଝିଅର ଶିକ୍ଷା ଓ ମାନସିକ ସ୍ତରରେ ଅଭିବୃଦ୍ଧି ଆଣିବା ପାଇଁ ଅଭିଭାବକ ମାନେ କେଉଁ ସ୍ବପ୍ନ ଦେଖିଥିଲେ ତାହା ପ୍ରବେଶିକା ପରୀକ୍ଷା ଠାରୁ ବାଧା ଦେଲାଣି। କରଣ ଏଡମିଟ କାର୍ଡ ର କେନ୍ଦ୍ରରେ 80 କିମି ଦୂର ସ୍ଥିତ ଗଞ୍ଜାମ ଏନ୍ ଏ ସି ର ପାଞ୍ଚ ନମ୍ବର ଭାରତୀ ବିଦ୍ୟାପୀଠ ର ନାମ ଉଲ୍ଲେଖ ରହିଅଛି। ଯାହାକି ଧରାକୋଟ ଓ ଏ ଭି ଠାରୁ 80 କିମି ଦୂରରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ସମସ୍ତ ପିଲା ବ୍ଲକ ଅନ୍ତର୍ଗତ ବିଦ୍ୟାଳୟ ଗୁଡିକରେ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଅନୁମତି ପାଇଥିବା ବେଳେ ଜଣେ କୋମଳ । ମତି ଛାତ୍ରୀଙ୍କ କ୍ଷେତ୍ରରେ ଏହା ହୋଇଥିବାରୁ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସହ ଆଲୋଚନା ବେଳେ ଫାର୍ମ ପୂରଣ ସମୟରେ ସେ ନିଜେ ଏହା ନିଜର ସୁବିଧା ପାଇଁ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି। ହେଲେ ଅଭିଭାବକ ମାନେ ଏଥିରେ ଅସନ୍ତୁଷ୍ଟ। ଏଣୁ ବୋର୍ଡ ଅଫ ସେକେଣ୍ଡାରୀ ଏକୁକେଶନ ଏଥିରେ ହସ୍ତକ୍ଷେପ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।