ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ

36


ଭୁବନେଶ୍ୱର,୨୭/୨(ଜିଲ୍ଲା ଖବର) : ହିନ୍ଦୁ ଧର୍ମରେ, ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ହୋଇଛି। ଶାସ୍ତ୍ର ମୁତାବକ, ଗୁରୁବାର ଦେବ ଗୁରୁ ବୃହସ୍ପତିଙ୍କ ବାର ଓ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ। ଗୁରୁବାର ଦିନ ଶ୍ରଦ୍ଧା ଭାବରେ ବ୍ରତ ରଖୁଥିବା ବ୍ୟକ୍ତିଙ୍କର ସବୁ ମନୋକାମନା ପୂରଣ ହୋଇଥାଏ। କୁହାଯାଏ, ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ ଗୁରୁବାର ଦିନ କେତେକ ସ୍ୱତନ୍ତ୍ର ଉପାୟ କରିବା ଉଚିତ୍‌। ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ। ଏହି ଦିନ ବିଧିବିଧାନରେ ପୂଜା କଲେ ଭକ୍ତଙ୍କର ସବୁ ସଙ୍କଟ ଦୂର ହୋଇଯିବ। ଗୁରୁବାର ଦିନ କିଛି ଜ୍ୟୋତିଷୀୟ ଉପାୟ ରହିଛି। ଯାହାକୁ ଜାଣିଲେ ଆପଣ ମଧ୍ୟ ପ୍ରଭୁଙ୍କର କୃପା ପାଇପାରିବେ। ହିନ୍ଦୁ ଧର୍ମରେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ସମର୍ପିତ କରାଯାଇଛି। ଏହିଦିନ ନିୟମ ପାଳନ କରି ସ୍ୱତନ୍ତ୍ର ପୂଜା କଲେ ମାତା ଲକ୍ଷ୍ମୀ ଓ ପ୍ରଭୁ ବିଷ୍ଣୁଙ୍କର କୃପା ଲାଭ କରିପାରିବେ। ପ୍ରତି ଗୁରୁବାର ଯଦି ଆପଣ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତି ତେବେ ଶୀଘ୍ର ଆପଣଙ୍କ ମନୋକାମନା ପୂର୍ଣ୍ଣ ହେବ। ଘରେ ସୁଖ ସମୃଦ୍ଧି ବଢ଼େ। ଧନ ବୈଭବ ପ୍ରାପ୍ତି ହୁଏ।

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଉଭୟଙ୍କୁ ଗୋଟିଏ ଦିନରେ ପୂଜା କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। ଆର୍ଥିକ ସମସ୍ୟାରୁ ଶୀଘ୍ର ମୁକ୍ତି ମିିଳିଥାଏ। ବ୍ୟକ୍ତିଙ୍କୁ ତୁରନ୍ତ ଧନ ପ୍ରାପ୍ତି ହୁଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କ୍ୟାରିଅରରେ ଆପଣଙ୍କର କିଛି ବି ସମସ୍ୟା ରହୁଛି ତେବେ ଆପଣ ପ୍ରତି ଗୁରୁବାର ଘରୁ ବାହାରକୁ ଯିବା ସମୟରେ ଗାଈକୁ ଅଟା କିମ୍ବା ଗୁୁଡ଼ ଖାଇବାକୁ ଦିଅନ୍ତୁ। ଏହି ଉପାୟକୁ କରିବା ଦ୍ୱାରା ବ୍ୟକ୍ତିକୁ ସବୁ କାର୍ୟ୍ୟରେ ସଫଳତା ମିଳିବ।