
ଧରାକୋଟ,୨୬/୨ ଆଜି ରାଜ୍ୟ ବିଜୁ ଜନତା ଦଳର ନିଷ୍ପତ୍ତି ପ୍ରକାରେ ଦଳର ୨୬ ତମ ପ୍ରତିଷ୍ଠା ଦିବସ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ସ୍ଥିତ ମିନି ଷ୍ଟାଡିୟମ ପରିସରରେ ପୁର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ରାଜ୍ୟର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ସମେତ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ,ଖଲିକୋଟ ବିଧାୟିକା ସୂର୍ୟ୍ୟ ମଣି ବୈଦ୍ୟ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ,କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବିଜେଡି ନେତା ଯୋଗେନ୍ଦ୍ର ସ୍ବାଇଁ,ନାଚିକେତା ସ୍ବାଇଁ, ବ୍ରହ୍ମପୁର ବିଧାୟିକ ବିକ୍ରମ ପଣ୍ଡା, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ରାଜ୍ୟ ଉପସଭାପତି ନିଳମଣି ପଟ୍ଟନାୟକ, ସାନଖେମୁଣ୍ଡି ବ୍ଲକ ସଭାପତି ମାଧବ ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଧରାକୋଟ ବ୍ଲକ ବିଜେଡି ସଭାପତି ସଂଜୟ ପାତ୍ର ଆଜିର କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉପସ୍ଥାପନ ସମସ୍ତ ମଞ୍ଚାସୀନ ବ୍ୟକ୍ତିଙ୍କର ସଂପର୍କରେ କାହ୍ନୁ ରାଉତ ସାମ୍ୟକ ସୂଚନା ପ୍ରଦାନ କରିଥିଲେ।ଦଳ ଗଠନର ମୂଖ୍ୟ ଲକ୍ଷ ଦଳକୁ କ୍ରୀୟାଶୀଳ କରାଇବା ଏବଂ ରାଜ୍ୟ ବାସୀଙ୍କର ସ୍ଥିତାବସ୍ଥା ରେ ପରିବର୍ତନ ଘଟାଇ ଦଳକୁ ଏକ ମହାସମୁଦ୍ର ଭାବରେ ଆଗକୁ ନେବା ପାଇଁ ଆଜିର ପ୍ରତିଷ୍ଠା ଦିବସ ରେ ନେତା ମାନେ ସପଥ ଗ୍ରହଣ କରିଥିଲେ। ଆଜିର ସମାବେଶରେ ସଂପ୍ରତି ରାଜ୍ୟ ସରକାର ଯେଉଁ ମହତ୍ଵ ଲକ୍ଷ୍ୟ ନେଇ ଯୋଜନା ରୁପାୟନ କରିଛନ୍ତି।ତାହାରି ସୁଫଳ ଘରେ ଘରେ ପହଞ୍ଚାଇବା ରେ ମାଁ ମାନଙ୍କର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଥିବା ଆଜିର ସମାବେଶ ରୁ ସ୍ପଷ୍ଟ ବାରି ହୋଇପଡିଛି।ମିଶନ ଶକ୍ତି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହଭାଗିତା ରେ ସରକାରୀ ଯୋଜନା ଗୁଡିକ କିପରି ସଫଳ ହୋଇ ପାରିବ ସେ ସଂପର୍କିୟ ମନ୍ତ୍ର ଆଜି ଉପସ୍ଥିତ ନେତୃମଣ୍ଡଳୀ ପ୍ରକାଶ କରିଥିଲେ। ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ,ଆଠ ହଜାର ରୁ ଉର୍ଦ୍ଧ୍ବ ଜନ ସମାବେଶ ରହିଥିଲେ।



