ପ୍ରଶାସନିକ ସେବାରେ ସଫଳତା ପାଇଁ ପରାମର୍ଶ ବୈଠକ

44

ଆସିକା : ତା ୧୭/୦୨/୨୩ – ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ର-ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଚାକିରି ପରାମର୍ଶ କମିଟିର ଉପଦେଷ୍ଟା ଓ ସଦସ୍ୟଙ୍କ ସମ୍ମିଳିତ ପ୍ରଚେଷ୍ଟା ଏବଂ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ପ୍ରଶାସନିକ ସେବାରେ କିପରି ସଫଳତା ହାସଲ କରିବେ? ତା’ର ଏକ ବୈଠକ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ବକ୍ତାଗଣ ରୂପେ କବିସୂର୍ଯ୍ୟନଗର ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତନ୍ମୟ ପାତ୍ର ଏବଂ ପୁରୁଷୋତ୍ତମପୁର ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଓଡ଼ିଶା ପ୍ରଶାସନିକ ଅଧିକାରୀ ଡ. ପ୍ରଭୁ ପିୟାସ୍ ମହାପାତ୍ର ଏବଂ ସୁଶ୍ରୀ ଲିପିନା ଦାସ ଉପସ୍ଥିତ ଥିଲେ। ଉକ୍ତ କମିଟିର ଉପଦେଷ୍ଟା ଡ. ବିଜୟ କୁମାର ସିଂହ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା କାର୍ଯ୍ୟ ସଂଯୋଜନା କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ଅଧ୍ୟକ୍ଷ ଭାଷଣରେ ବିଭିନ୍ନ ଚାକିରି କ୍ଷେତ୍ରରେ ନିଜକୁ କିପରି ପ୍ରସ୍ତୁତ କରିପାରିବେ, ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ କରିଥିଲେ। ଅତିଥି ବୃନ୍ଦ ନିଜ ନିଜର ଓଡ଼ିଶା ପ୍ରଶାସନିକ ସେବାର ପ୍ରବେଶିକା, ମୁଖ୍ୟ ତଥା ମୌଖିକ ପରୀକ୍ଷାର ସଫଳତାର ମନ୍ତ୍ର ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରିଥିଲେ। ସମସ୍ତ ବିଭାଗର ବିଦ୍ୟାର୍ଥୀ ଉକ୍ତ ସେବାକୁ ନିଜର ବୃତ୍ତି ରୂପେ ଗ୍ରହଣ କରିପାରିବେ ବୋଲି ସୂଚନା ଦେଇଥିଲେ। ଉକ୍ତ ବୈଠକରେ କଲେଜର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଉକ୍ତ କମିଟିର ସଦସ୍ୟା ଅଧ୍ୟାପିକା ଶ୍ରୀମତୀ ବନଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।