
ଗୁଣୁପୁର,୧୫/୦୨(ଜିଲ୍ଲା ଖବର) : ଆଜି ଡମ୍ବସରାସ୍ଥିତ ଆମ୍ବେଦକର ଜାତୀୟ ମହାବିଦ୍ୟାଳୟ ରେ 24ତମ ବାର୍ଷିକ ମହୋତ୍ସବ ମହା। ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଇଁରାଜୀ ବିଭାଗର ଅଧ୍ୟାପକ ଶ୍ରୀ ସନ୍ତୋଷ ହୋତା ଅତିଥିଙ୍କୁ ସ୍ଵାଗତ କରିଥିଲେ। ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଉପସ୍ଥିତ ରହି ଅନୁଷ୍ଠାନର ସଫଳତା ପାଇଁ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ନିସ୍ବାର୍ଥପର ତ୍ୟାଗର ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ରୂପେ ମାନ୍ୟବର ଉପ-ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କଅଁର,ପ୍ରଶାସନିକ ସେବାରେ ଶିକ୍ଷାର୍ଥୀ ଙ୍କ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଅନ୍ୟତମ ଅତିଥି ରୂପେ ଗୁଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସୁଜନ ମଲ୍ଲିକ ନିଜ ପ୍ରଚେଷ୍ଠା ଓ ଅଧ୍ୟାବସାୟ ବଳରେ ନିଜ ଲକ୍ଷକୁ ହାସଲ କରିପାରେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ରୂପେ ଡ଼ମ୍ବସରା ସରପଞ୍ଚ ଶ୍ରୀମତୀ ସନ୍ତୋସି ଶବର ଉପସ୍ଥିତ ରହିଥିଲେ। ମୁଖ୍ୟ ବକ୍ତା ଶ୍ରୀ ହେମାନନ୍ଦ ବରୀହା ଶୃଙ୍ଖଳା ଓ ପରିଶ୍ରମହିଁ ସଫଳତାର ମୂଳ ମନ୍ତ୍ର ବୋଲି ମତ ପୋଷଣ କରିଥିଲେ। ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହାକ ଚରିତ୍ର ଓ ବ୍ୟବହାର ହିଁ ମନୁଷ୍ୟ ର ପ୍ରକୃତ ଅଳଙ୍କାର ବୋଲି କହିଥିଲେ। ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ ପଶାନ୍ତ ହୋତା ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଶ୍ରୀ ଶେଷ ଶାୟୀ ସେନାପତି ସଂପଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶ୍ରୀ ସହଦେଵ ମଲ୍ଲିଫୁଲ ଓ ଦେବରାଜ ସେନାପତିଙ୍କ ତତ୍ଵବଧାନରେ ବାର୍ଷିକ କ୍ରୀଡ଼ାର ପୁରସ୍କାର ବିତରଣ ହୋଇଥିଲା। ପରିଶେଷରେ ଶ୍ରୀ ନିଖିଲାସ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।




