
ପୁରୁଷୋତ୍ତମପୁର,୧୪/୨ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବଡଖରିଡା ଶ୍ରୀ କାଳେଶ୍ବର୍ ମନ୍ଦିରରେ ଜିଲ୍ଲା ଖବରର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ ଓ ଉତ୍କଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ଜ୍ଝ ଉତ୍କଳ ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟନାୟଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଓ ଟିଭି ଗଞ୍ଜାମ ବିୟୁରୋ ଚିଫ ଅଶୋକ ବ୍ରହ୍ମା ଓ ସଂମ୍ମାନିତ ଅତିଥୁ ଭାବେ ସାମ୍ବାଦିକ ସମୀର ଆଚାର୍ୟ୍ୟ,ସୁଦୀପ୍ତ ସାହୁ,ମୋ ପରିବାର ଜୀବନ ବିନ୍ଦୁ ଉପଦେଷ୍ଟା ନିର୍ମଳ ସାହୁ, ପୁରୁଷୋତ୍ତମ ପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା, ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, କବିସୂର୍ୟ୍ୟନଗର ଏନଏସି ଅଧକ୍ଷା ଏସ. ଲକ୍ଷ୍ମୀ ସେଠୀ, ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ,ରାଜ୍ୟ ଯୁବ ବିଜେଡି ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡା ବରିଷ୍ଠ,ବିଜେଡି ନେତା ପି ନାରାୟଣ ରାଓ, ପୂର୍ବତନ କବିସୂର୍ୟ୍ୟନଗର ବ୍ଲକ ଅଧକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ପାଢ଼ୀ, ବଡଖରିଡା ସରପଞ୍ଚ କମା ଦଳେଇ, ସମିତି ସଭ୍ୟ ଅନିଲ ଦାଶ ପ୍ରମୁଖ ଯୋଗଦେଇ ସମାଜର ରକ୍ଷକ ଭାବରେ ଗଣମାଧ୍ୟମ ପ୍ରତିନିଧି ମାନେ ଜାଗ୍ରତ ପ୍ରହରୀ ରୂପେ କାର୍ୟ୍ୟ କରିଥାନ୍ତି ।









ଏଣୁ ସମାଜର ସାମୁହିକ ବିକାଶ ଦିଗରେ ଗଣମାଧ୍ୟମ ଗୁରୁତ୍ବ ଦେବାର ଅନେକ ଆବଶ୍ୟକତା ରହିଛି କ୍ଷ ଏବଂ ବର୍ତ୍ତମାନ ସମୟରେ ଗଣମାଧ୍ୟମର କାର୍ୟ୍ୟ, ଖବର ପରିବେଷଣ ଶୈଳୀ ଉପରେ ମତବ୍ୟକ୍ତ କରିଥିଲେ ମଞ୍ଚାସିନ ଅତିଥି । ଏହି କାର୍ୟ୍ୟକ୍ରମ ଜିଲ୍ଲା ଖବରର ମୁଖ୍ୟ କ୍ଷୀରୋଦ କୁମାର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ର ପ୍ରତି ବ୍ଲକରୁ ଆସିଥିବା ସାମ୍ବାଦିକ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ୟ୍ୟକ୍ରମକୁ ଜିଲ୍ଲା ଉପସଭାପତି ଅନିଲ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେଭଗବାନ ପାଢ଼ୀ, ଗଣେଶ ଡାକୁଆ, ପୀତବାସ ଦାଶ ପ୍ରମୁଖ ସହଯୋଗ କରିଥିଲେ ଜ୍ଝ କାର୍ୟ୍ୟକ୍ରମରେ ୟୁଜେଏ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବ୍ଲକର କାର୍ୟ୍ୟକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ଥିଲେ ।










ଏହି ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ ର କବିସୂର୍ୟ୍ୟନଗର ୟୁନିଟ ର ସଦସ୍ୟ ଚୟନ କରଯାଇଥିଲା କ୍ଷ ସରୋଜ କୁମାର ମିଶ୍ର ସଭାପତି, ଗଣେଷ ଡାକୁଆ ଉପସଭାପତି, ବିବେକାନନ୍ଦ ସାହୁ ସମ୍ପାଦକ, କୃପାସିନ୍ଧୁ ସ୍ୱାଇଁ ଉପଦେଷ୍ଟା, ଧନେଶ୍ୱର ରେଡ଼ୀ କୋଷାଧକ୍ଷ,ଆଲୋକ ଦାଶ ସହ ସମ୍ପାଦକ,ମଜିତ ଖାନ, କୃଷ୍ଣ ନାହାକ ସଦସ୍ୟ ଭାବେ ନାମ ଘୋଷଣା କରିଥିଲେ ଜିଲ୍ଲା ସଭାପତି କ୍ଷ ପରିଶେଷରେ ବଡଖରିଡା ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ |















