ଦୁଇ ସ୍ବର୍ଣ୍ଣ ପଦକ ପାଇଲେ କୃଷକ ଓ ମିସ୍ତ୍ରୀଙ୍କ ଝିଅ

30

କାଶୀନଗର, ୧୩/୨ :ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧା ପଞ୍ଚାୟତ ଓ ରାଣିପେଣ୍ଟ ପଞ୍ଚାୟତର ଦୁଇ ଝିଅ କର୍ଣ୍ଣମ ସୌଜନ୍ୟା , କେ. ଅନିତା ଭୁବନେଶ୍ୱର ରମାଦେବୀ ବିଶ୍ଵବିଦ୍ୟାଳୟ ଠାରେ ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଗୋରିବନ୍ଧା ପଞ୍ଚାୟତ ଭୂପତି ଲକ୍ଷ୍ମୀପୁର ଗ୍ରାମବାସୀ ସର୍ଗତ କର୍ଣ୍ଣମ ଗୋବିନ୍ଦ ରାଓଙ୍କ ଝିଅ କର୍ଣ୍ଣମ ସୌଜନ୍ୟାଙ୍କୁ ଭୁବନେଶ୍ଵରର ରମାଦେବୀ ମହିଳା ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ଟପର ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୋଜନ୍ୟଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ତାଙ୍କ ଛୋଟ ସମୟରେ ହିଁ ବାପା କାଳ ହୋଇଯାଇଥିଲେ। ତାଙ୍କ ମାଆ କର୍ଣମ୍ ରାଧାମା ନିଜେ ଚାଷ କାମ କରି ସୋଜନ୍ୟଙ୍କୁ ଛୋଟ ପିଲା ଠାରୁ ଲାଳନପାଳନ କରି ଆଣିଥିଲେ, ଆଜି ଝିଅର ସଫଳତାକୁ ନେଇ ବହୁ ଆନନ୍ଦ ଅନୁଭବ କରିଥିବା କହିଛନ୍ତି। ସୋଜନ୍ୟାଙ୍କୁ ଓଡିଶା ସରକାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ସଚିବ ରୁପା ରୋଶନ ସାହୁଙ୍କ କରମଳରେ ପଦକ ପ୍ରଦାନ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ରେଜିଷ୍ଟର ଶ୍ୟାମଳୀ ମହାପାତ୍ର ଏହି ବର୍ଣିତ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ଠିକ୍ ସେହିପରି ବର୍ତ୍ତମାନ ୨୦୨୨-୨୦୨୩ ବର୍ଷ ପାଇଁ ମଧ୍ୟ କାଶୀନଗର ବ୍ଲକ ରାଣିପେଣ୍ଟ ଗ୍ରାମର ଗ୍ରାମବାସୀ କେ. ନାରାୟଣ ରାଓ ଓ କେ. ଦମୟନ୍ତୀ ଙ୍କ କନ୍ୟା କାରସୁଧା ଅନିତା ମଧ୍ୟ ଭାରତ ରାଷ୍ଟ୍ରପତି ଶ୍ରୀମତୀ ଦୃହପତି ମୂର୍ମୁଙ୍କ ଦ୍ଵାରା ସର୍ଣ୍ଣ ପଦକ ପାଇଛନ୍ତି। ଅନିତା ମଧ୍ୟ ସ୍ନାତକ ପ୍ରଦାଥ ବିଜ୍ଞାନ ରେ ପଦକ ପାଇଥିବା ବେଳେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ହାତରୁ ପାଇଥିବାରୁ ବହୁ ଖୁସି ଅନୁଭବ କରିଥିବା କହିଛନ୍ତି। ଅନିତାଙ୍କ ବାପା ଜଣେ ଘର ତିଆରି ମିସ୍ତ୍ରୀ ଭାବେ କର୍ୟ୍ୟକରୁଥିବା ବେଳେ ବର୍ତ୍ତମାନ ଝିଅର ସଫଳତାକୁ ନେଇ ବହୁ ଖୁଡ଼ିଥିବା କହିଛନ୍ତି। ବର୍ତ୍ତମାନ ଅନିତା ବେଙ୍ଗୁଲୋର ଠାରେ ଏମଏସସି ପଡ଼ୁଛନ୍ତି। । ଏହି ଦୁଇ ଛାତ୍ରି ଜଣକ ଗରିବ ପରିବାର ପଲ୍ଲୀ ଗ୍ରାମରୁ ସୁଦୂର ଓଡିଶାର ରାଜଧାନୀ ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟରୁ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ କାଶୀନଗର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଦୁଇ ଛାତ୍ରୀଙ୍କୁ ଶୁଭେଛା ଜଣାଇବା ସହ, ନିଜ ପଞ୍ଚାୟତର ଜଣେ ଝିଅ ଓ ନିଜ ବ୍ଲକର ଜଣେ ଝିଅ ହୋଇଥିବାରୁ କାଶୀନଗର ବ୍ଲକ ପାଇଁ ଗର୍ବିତ ବୋଲି କହିଛନ୍ତି। ତାଙ୍କୁ କାଶୀନଗର ଅଞ୍ଚଳର ବହୁ ଶିକ୍ଷାବିତ ଶିକ୍ଷକ ଶ୍ରୀ ଜଗଦୀଶ ପାତ୍ର, ରାଜନେତା ତଥା କାଶୀନଗର ବ୍ଲକ ବିଜେଡି ସଭାପତି ଆର୍.ରାମ ପ୍ରସାଦ(ଜ୍ୟୋତି) ଓ କାଶୀନଗର ନଗର ଯୁବ ବିଜେଡି ସଭାପତି ରାଜେଶ୍ ମିଶାଲ ଅଭିନନ୍ଦନ ଜଣାଇଛନ୍ତି। କାଶୀନଗର ବାରଣାସି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ସୌଜନ୍ୟା ଦଶମ ଶ୍ରେଣୀରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଥିଲା। ତାଙ୍କୁ ସେତେବେଳେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ଭଦ୍ଧନା ଦିଆଯାଇଥିଲା। ସୋଜନ୍ୟା ଓ ଅନିତା କହିଛନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟରେ ଯୁକ୍ତଦୁଇ ଓ ସ୍ନାତକ ବିଜ୍ଞାନ ପଢ଼ୁଥିଲେ। ସେହି ସମୟରେ ପଠାଣି ସାମନ୍ତ ପରି ବିଭିନ୍ନ ପରୀକ୍ଷା ଦେଇଥିଲେ, ସେଥିରେ ଉତିର୍ଣ୍ଣ ହୋଇଥିବା ଯୋଗୁ ଷ୍ଟାଇପେଣ୍ଟ ମିଳିଥିଲା। ଷ୍ଟାଇପେଣ୍ଟ ସାହାଯ୍ୟରେ ପାଠ ପଡ଼ାପଡ଼ି କରିଥିଲେ। ବର୍ତ୍ତମାନ ସୋଜନ୍ୟା ଦିଲ୍ଲୀ ଠାରେ ଏମଏସସି ପଡ଼ୁଛନ୍ତି। କାଶୀନଗର ଯୁବ ସମାଜକୁ ତଥା ଯୁବଙ୍କୁ ସୋଜନ୍ୟା ଓ ଅନିତା କହିଛନ୍ତି ଏକ ମନ ଭାବରେ ପାଠ ପ୍ରତି ଧ୍ୟାନ ଦେଲେ ସଫଳତା ହେବା ବୋଲି କହିଛନ୍ତି। ବର୍ତ୍ତମାନ ସୌଜନ୍ୟ “ୟୁପିଏସସି” ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚେଷ୍ଟା କରୁଛନ୍ତି, ଏଥିପାଇଁ ସରକାର ତରଫରୁ ସାହାଯ୍ୟ ମିଳିଲେ ନିଶ୍ଚିତ ଭାବେ ଓଡ଼ିଶାର ନାମ ଅର୍ଜନ କରିବେ ବୋଲି କହିଛନ୍ତି। ସରକାର ସାହାଯ୍ୟ ପାଇଁ ସେ ଅନୁରୋଧ କରିଛନ୍ତି। ଏହି ଦୁଇ ଛାତ୍ରୀଙ୍କ ସଫଳତାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରୁଛନ୍ତି।