Thursday, November 12, 2026
Home ଆଞ୍ଚଳିକ ବାହଁରପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ବାହଁରପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

23

ଧରାକୋଟ,୧୩/୨: ଧରାକୋଟ ବ୍ଲକ ର ବାହାଁରପୁର ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଧରାକୋଟ ରାଜା ତଥା ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ସାମ୍ବାଦିକ ହୃଦାନନ୍ଦ ଜେନା ସ୍ଥାନୀୟ ସରପଞ୍ଚ ଗୀତା ନାୟକ,ସମିତି ସଭ୍ୟ ସୁଜତା ଜେନା,ନାଏବ ସରପଞ୍ଚ ସଚିଦାନନ୍ଦ ତ୍ରିପାଠୀ,ସରପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ପାଢ଼ୀ, ପ୍ରମୁଖ ଉପସ୍ଥିତ ରହି ଥିଲେ। ବିଦ୍ୟାଳୟ ପରିଚାଳନା ସଭାପତି ଦାଶରଥି ସାହୁ କାର୍ୟ୍ୟକ୍ରମ ରେ ସଭାପତିତ୍ବ କରିଥିବାବେଳେ ପ୍ରଧାନ ଶିକ୍ଷକ ସୁରସେନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ଜଗନ୍ନାଥ ମଲ୍ଲୀକ କାର୍ୟ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ବପ୍ନାରାଣି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ, ପୁଷ୍ପାଞ୍ଜଳି ସବର ପ୍ରମୁଖ କାର୍ୟ୍ୟ କ୍ରମ ରେ ସହଯୋଗ ପ୍ରଦାନ କରିଥିଲେ।ଏହି ଅବସରରେ ଅତିଥି ମାନେ ଶିଶୁ ବିକାଶ ରେ ଦେଶର ବିକାଶ ଏବଂ ବୈଧକ କାର୍ୟ୍ୟକ୍ରମ ଦ୍ବାରା ଶିଶୁର ମାନସିକ ଶାରୀରିକ ବିକାଶ ହୋଇପାରିବ ବୋଲି ଅତିଥି ମାନେ ମତ ରଖିଥିଲେ। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଶିକ୍ଷକ ଭବାନି ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।