Wednesday, October 14, 2026
Home ଅପରାଧ ଲୋଚାପଡା ଗ୍ରାମରେ ଥିବା ସେବା ସମବାୟ ସମିତି କାର୍ଯ୍ଯାଳୟରେ ଅଭାବନୀୟ ଘଟଣା

ଲୋଚାପଡା ଗ୍ରାମରେ ଥିବା ସେବା ସମବାୟ ସମିତି କାର୍ଯ୍ଯାଳୟରେ ଅଭାବନୀୟ ଘଟଣା

25
(File Photo); ଡି.ଜଗନାଥ ପାତ୍ର

ବ୍ରହ୍ମପୁର, ୧୬/୦୧(ଲଷ୍ମୀନାରାୟଣ ମିଶ୍ର) : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଗ୍ରାମରେ ଥିବା ସେବା ସମବାୟ ସମିତି କାର୍ଯ୍ଯାଳୟରେ ଅଭାବନୀୟ ଘଟଣା ଘଟିଛି । କାର୍ଯ୍ୟାଳୟ ମଧ୍ୟରେ ଥିବା କମ୍ପୁଟର ଦ୍ୱାରା ପୋଡି ହୋଇ ସମବାୟ ସମିତିର ସେକ୍ରେଟାରୀ ଡି.ଜଗନାଥ ପାତ୍ର ସନ୍ଦେହ ଜନକ ମୃତ୍ୟୁ । ଦିନ ଦ୍ୱିପ୍ରହରରେ ମଧ୍ୟାହ୍ନ ସମୟରେ କାର୍ଯ୍ଯାଳୟ ପରିସରରେ ପୋଡି ହୋଇ ସମବାୟ ସମିତିର ସେକ୍ରେଟାରୀଙ୍କ ଏଭଳି ସନ୍ଦେହ ଜନକ ମୃତ୍ୟୁକୁ ନେଇ ଚାରିଆଡେ ଆଲୋଡନ ସୃଷ୍ଟି ହୋଇଛି । ଲୋଚାପଡା ଗ୍ରାମରେ ଥିବା ଡିପୋଜିଟ କାଉଣ୍ଟରର ସମସ୍ତ କର୍ମଚାରୀ ଆଜି ମଧ୍ୟାହ୍ନ ଭୋଜନ ସମୟରେ ବ୍ୟାଙ୍କ ବାହାରକୁ ଯାଇଥିବା ବେଳେ ଜଗନାଥ ଏକାକୀ ଡିପୋଜିଟ କାଉଣ୍ଟରରେ ଥିଲେ । ଏହି ସମୟରେ ଅଫିସରେ ଥିବା କମ୍ପୁଟରରୁ ହଟାତ ନିଆଁ ବାହାରିଥିଲା ଫଳରେ ନିକଟରେ ଥିବା ଜଗନ୍ନାଥ ନିଆଁରେ ପୋଡି ହୋଇଯାଇଥିଲେ । ଘଟଣା ସ୍ଥଳରେ ବର୍ତ୍ତମାନ ଅଗ୍ନିଶମ ବିଭାଗ ଏବଂ ସଦର ଥାନା ପୋଲିସ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ମୃତକକଂ ସଳା ଅଭିଶେକ ଦାସ ଥାନାରେ ଘଟଣା ସଂପକରେ ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗରେ ଆଜିର ଘଟଣା ସଂପକରେ ୩ମାସ ପୂବେ ମୃତ ଜଗନ୍ନାଥକୁଂ କିଛି ଲୋକ ଘରେ ପଶି ଆକ୍ରମଣ କରିଥିଲେ ଏନେଇ ଜଗନ୍ନାଥ ସଦରଥାନାରେ ଅଭିଯୋଗ କରିଥିଲେ।

ଆଜିର ଘଟଣା ମଧ୍ୟ କିଏ କରିଥାଏ ପାରେ ବୋଲି ପରିବାର ବଗ ଅଭିଯୋଗ କରିଛନ୍ତି। ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ବ୍ରହ୍ମପୁର ଦମକଳ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦମକଳ କେନ୍ଦ୍ର ଅଧିକାରୀ ସନାତନ ମହାପାତ୍ର ପହଞି ନିଆଁ ଲିଭାଇଥିଲେ । ଲିଆଁ ଲିଭିଲା ବେଳେ ଜଗନ୍ନାଥକଂ ପ୍ରାଣବାୟୁ ଉଡିଯାଇଥିଲା। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞି ଛାନବିନ ଜାରିରଖିଛନ୍ତି। ଏନେଇ ସଦରଥାନାରେ ୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।