
ରାୟଗଡ଼ା ୧୦-୨ (ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତର ସିଆରସି ହେମନ୍ତ ପଣ୍ଡା ରାୟଗଡ଼ା ଜିଲ୍ଲା ପାଳ ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି। ଜିଲ୍ଲା ପାଳ ପୁରସ୍କୃତ ପତ୍ର ଟିକୁ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରୁ ପଠାଇ ଥିବାରୁ ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୁନ ଚନ୍ଦ୍ର ବରିଆ ସିଆରସି ହେମନ୍ତ ପଣ୍ଡା ଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। କାରଣ ଶ୍ରୀ ପଣ୍ଡା ବହୁ ଦିନଧରି ସୁଚାରୁ ରୂପେ କାର୍ୟ୍ୟ କରିଥିଲେ ଏବଂ ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ସେ ତାଙ୍କର ନିଷ୍ଠାର ସହିତ ସମସ୍ତ କାର୍ୟ୍ୟ କରିଆସୁଥିଲେ। ତେଣୁ ତାଙ୍କ କାର୍ୟ୍ୟରେ ସନ୍ତୁଷ୍ଟ ହୋଇ ରାୟଗଡ଼ା ଜିଲ୍ଲାପାଳ ହେମନ୍ତ ପଣ୍ଡା ଙ୍କୁ ପୁରସ୍କୃତ କରିଛନ୍ତି। ସେହି ପୁରସ୍କୃତ ସମୟରେ ତାଙ୍କ ସହିତ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ପୁରୁନ ଚନ୍ଦ୍ର ବରିଆ, ରାୟଗଡ଼ା ଏ ଡି ଓ ଭଜନ ଲାଲ ମାଝୀ ଏବଂ ସମସ୍ତ ବ୍ଲକ୍ ର ବିଇଓ ଓ ଏ ବି ଓ ପ୍ରମୁଖ ଉପସ୍ଥିତ ଥିଲେ।



