
ଆସିକା ୧୦/୨ : ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଏବଂ ଏନ୍.ସି.ସି. ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କ ଦ୍ବାରା ମହାବିଦ୍ୟାଳୟର ଚାରି ଜଣ ଜାତୀୟ ସମର ଶିକ୍ଷାର୍ଥୀ ବାହିିନୀର ଛାତ୍ର-ଛାତ୍ରୀ ଏନ୍. ସି.ସି. ର ଜୁନିୟର ଅଣ୍ଡର ଅଫିସର ରାକେଶ୍ କୁମାର ମହାପାତ୍ର (ଯୁକ୍ତ ତିନି ତୃତୀୟ ବର୍ଷ ହିନ୍ଦୀ ଅନର୍ସ) ଏବଂ ଏନ୍ ସି ସି କ୍ୟାଡେଟ୍ ଆଲୋକ ନାହାକ (ଦ୍ବିତୀୟ ବର୍ଷ, ରାଜନିତୀ ବିଜ୍ଞାନ ଅନର୍ସ), ଆକାଶ ନାହାକ (ଦ୍ବିତୀୟ ବର୍ଷ ବାଣିଜ୍ୟ) ଏବଂ ଛାତ୍ରୀ ସୁଶ୍ରୀ ପୂଜା ଭୂୟାଁ (ଦ୍ବିତୀୟ ବର୍ଷ ବାଣିଜ୍ୟ)ଙ୍କୁ ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ ରେ ସଫଳତାର ସହ ପ୍ରତ୍ୟାବର୍ତ୍ତନରେ ମର୍ଯ୍ୟାଦାର ସହ ସମ୍ମାନ ପ୍ରଦାନ କରାଯାଇଛି। ଉକ୍ତ ଛାତ୍ରଛାତ୍ରୀ ଭାରତର ରାଜଧାନୀ ନୂଆଁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍ ରାଜପଥ (ଇଣ୍ଡିଆ ଗେଟ୍) ରେ ଓଡିଶା ରାଜ୍ୟ ସାଧାରଣତନ୍ତ୍ର ଦିବସ ଶିବିର ତରଫରୁ ଭାଗ ନେଇଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ କଲେଜରୁ ଭାଗ ନେଇଥିବା ୧୧୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଏନ୍.ସି.ସି. ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ଦୀର୍ଘ ଚାରି ମାସ ପର୍ଯ୍ୟନ୍ତ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପେରେଡ୍ ଜାତୀୟ ରାଜପଥ (ଇଣ୍ଡିଆ ଗେଟ୍)ରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପେରେଡ୍ ପାଇଁ ସେମାନେ ଓଡ଼ିଶା ତଥା ଭାରତର ବିଭିନ୍ନ ଏନ୍ ସି ସି ଶିବିରରେ ଉପସ୍ଥିତ ରହି ଅକ୍ଳାନ୍ତ କଷ୍ଟସାଧ୍ୟ ପରେଡ୍ ତାଲିମ ଦ୍ବାରା ପାରଦର୍ଶିତାର ସହ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ ଏନ୍ ସି ସି ପରେଡରେ ନିଜକୁ ସାମିଲ କରିପାରିଥିଲେ। ସେମାନଙ୍କୁ ଉକ୍ତ କୌଶଳ ପାଇଁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ମେଡାଲ ପ୍ରଦାନ କରାଯାଇଥିଲା। ଏହିପରି ଏନ୍ ସି ସି ଛାତ୍ରଛାତ୍ରୀଙ୍କ ଅନେକ ଚମତ୍କାରପୂର୍ଣ୍ଣ କଳାକୌଶଳ ଦ୍ବାରା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପାଇଁ ଗୌରବ ଆଣିପାରିଛି।



