
ଧରାକୋଟ,୮/୨: ଧରାକୋଟ ସ୍ଥିତ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ପ୍ରଥମ ଚିତ୍ତରଞ୍ଜନ ମେମୋରିଆଲ ଟ୍ରଫି ର ପ୍ରଥମ ସେମିଫାଇନାଲ ପାଇନର କ୍ରିକେଟ କ୍ଳବ୍ ବେଗୁନିଆ ପୋଡ଼ା ଓ ଡେଲିସିୟସ କ୍ରିକେଟ କ୍ଳବ୍ ଚେରମାରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମେ ବେଗୁନିଆ ପୋଡ଼ା ବେଣ୍ଟିଙ୍ଗ କରି ନିର୍ଦ୍ଧାରିତ ୨୦ଓଭର ଖେଳି ୭ଉଇକେଟ ହରାଇ ୧୭୮ରନ କରିଥିଲେ। ଏହାର ଜବାବ ରେ ଚେରମାରିୟା ଦଳ ୨୦ ଓଭର ଖେଳି ୬ ଉଇକେଟ ହରାଇ ୧୮୦ରନ କରି ବିଜୟୀ ଘୋଷିତ ହୋଇଥିଲେ। ଆଜିର ମେନ୍ଅଫ ଦି ମ୍ୟାଚ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଙ୍କୁ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚର ଏମ୍ପାର ଦଲୀପ କୁମାର ପ୍ରଧାନ, ଅଶ୍ଵିନୀ ବିଷୋୟୀ,ରହିଥିବା ବେଳେ ବାପୁନି ସ୍ବାଇଁ,ଗୋପାଳ ହରି ଗୈାଡ, ସହାୟତା ପ୍ରଦାନ କରିଥିବାବେଳେ ପ୍ରଶାନ୍ତ କୁମାର ଡାକୁଆ ଧାରାବିବରଣୀ ପ୍ରଦାନ କରିଥିଲେ ପୁରସ୍କାର ବିତରଣ ଉତ୍ସବରେ ସାମ୍ବାଦିକ ହୃଦାନନ୍ଦ ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ,ଶିଶିର କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଦିତୀୟ ସେମିଫାଇନାଲ ମ୍ୟାଚ ମୁଣ୍ଡମରାଇ ଓ ଆସିକା ମଧ୍ୟରେ ଅନୁଷ୍ଠିତ ହେବ।ଏହି ଖେଳରେ ୟଙ୍ଗ୍ କ୍ରିକେଟ ଦଳର ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ।



