
ଧରାକୋଟ,୭/୦୨ : ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉଛବକୁ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବି ଡି ଓ ଡେନିସ ବେହେରା ,ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଓ ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ, ବୁଚି ରାଓ ଦୋରା ଓ ବିଦ୍ୟାଳୟ ସଭାପତି କୈବଲ୍ୟ ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ କାର୍ୟ୍ୟକ୍ରମରେ ସଭାପତିତ୍ବ କରିଥିଲାବେଳେ ଶିକ୍ଷକ ବିଧୁ ଭୂଷଣ ରାଉତ ବିବରଣୀ ପାଠ ଓ ଶିକ୍ଷକ ସୁରେଶ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ସୈଖିକ ,ବୌଦ୍ଧିକ,ଅବେଗିକ ଓ ଶାରିରୀକ ବିକାଶ ପାଇଁ ଏପରି ପ୍ରାୟାସ କରାଯାଉଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।



