ଜାତୀୟ ମତଦାତା ଦିବସ ପାଳନ

69


ବ୍ରହ୍ମପୁର,୬/୦୨ : ଭାରତର ନିର୍ବାଚନ ଆୟୋଗ ୨୫ ଜାନୁୟାରୀ ୧୯୫୦ ମସିହାରେ ରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହିଦିବସକୁ ୨୦୧୧ ମସିହାଠାରୁ ଜାତୀୟ ମତଦାତା ଦିବସ ରୂପେ ପାଳନ ହୋଇ ଆସୁଛି । ଚଳିତ ବର୍ଷର ଜାତୀୟ ମତଦାତାଙ୍କ ପାଇଁ ଥିମ୍ ଥିଲା ଘକ୍ଟଗ୍ଧଷସଦ୍ଭଶ ଖସଳର ଠକ୍ଟଗ୍ଧସଦ୍ଭଶ, ଓ ଠକ୍ଟଗ୍ଧର ଲକ୍ଟr ଝଙ୍କrର ‘ଭୋଟ୍ ଭଳି କିଛି ନୁହେଁ, ମୁଁ ନିଶ୍ଚିତ ଭୋଟ୍ ଦେଵି ‘ ଓ ଏହା ଭୋଟରଙ୍କ ପାଇଁ ଉତ୍ସର୍ଗୀକୃତ ଅଟେ ଏବଂ ଏହି ଥିମକୁ ନେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାଜନୀତିଵିଜ୍ଞାନ ବିଭାଗ ଓ ଜାତୀୟ ସେବା ଯୋଜନାର ମିଳିତ ଅନୁକୁଲ୍ୟରେ ଜାତୀୟ ମତଦାନ ଦିବସ ପାଳନ ହୋଇଥିଲା ଓ ମତଦାତାଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ନିମନ୍ତେ ବିଶ୍ଵବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଭାର ଆୟୋଜନ ହୋଇଥିଲା ଓ ରାଜନୀତିଵିଜ୍ଞାନର ଛାତ୍ର ଓ ଜାତୀୟ ସେବା ଯୋଜନାର ଶିକ୍ଷାର୍ଥୀ ମାନେ ଏକ ଶୋଭାଯାତ୍ରାରେ ପହଂଚି ଭିବିଷ୍ୟତରେ ମତଦାତା ହେବାକୁ ଯାଉଥିବା ଛାତ୍ର-ଛାତ୍ରୀମାନଙ୍କୁ ସେମାନଙ୍କର ଭୋଟ୍ ଅଧିକାର ସମ୍ପର୍କରେ ସଚେତନ ସୃଷ୍ଟି କରିଥିଲେ ଏବଂ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିର୍ବାଚନକୁ ସ୍ଵଛ, ନିରପେକ୍ଷ କରିବାକୁ ପରାମର୍ଶ ଦେଇଥିଲେ ଜ୍ଝ ନାଗରିକମାନଙ୍କ ମଧ୍ୟରେ ନିର୍ବାଚନ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ନିମନ୍ତେ ଡ଼ଃ ଦାଶରଥି ଭୂୟାଁ, ଡ଼ଃ ରାଜେଶ ସେଠ, ଡ଼ଃ ସାରଦା ପ୍ରସନ୍ନ ରାଉତ, ସଞ୍ଜୟ ମେହେର, ବର୍ଷାରାଣୀ ପଟ୍ଟନାୟକ, ଡ଼ଃ ଗୌରୀଶଙ୍କର ମହାରଣା , ଡ଼ଃ ମୁରଲୀଧର ସାହୁ, ଲିପ୍ସା ବେହେରା, ନର୍ମଦା ରଥ, ସରୋଜକାନ୍ତ ମୁଦୁଲି , ହରସାରାଣୀ ଦାସ ଏବଂ ଜାତୀୟ ସେବା ଯୋଜନା ପକ୍ଷରୁ ଶକ୍ତିରଞ୍ଜନ ଦାସ ନିଜ ନିଜର ମତବ୍ୟକ୍ତ କରିଥିଲେ ଜ୍ଝ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥାରଖି ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମା ଅକ୍ଷୂର୍ଣ୍ଣ ରଖି ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବା ନିମନ୍ତେ ଉପସ୍ଥିତ ବ୍ୟକ୍ତିମାନେ ସଂକଳ୍ପ ନେଇଥିଲେ ଓ ସଭାସ୍ଥଳରୁ ବାହାରି ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ରଙ୍ଗେଈଲୁଣ୍ଡା ଗ୍ରାମପଂଚାୟତର ରଙ୍ଗେଈଲୁଣ୍ଡା , ଅଂତରବାଟିଆ ଗ୍ରାମ ଭ୍ରମଣ କରି ନିଜ ନିଜର ପ୍ଲାକାର୍ଡ଼ରେ ବିଭିନ୍ନ ସନ୍ଦେଶ ପ୍ରଦର୍ଶନ କରି ସ୍ଲୋଗାନ ମାଧ୍ୟମରେ ମତଦାନ ସଚେତନତା ସୃଷ୍ଟି କରି ଥିଲେ ଓ ଶୋଭାଯାତ୍ରାକୁ ବିଶ୍ଵବିଦ୍ୟାଳୟର ପ୍ରଶାସନିକ ଭବନଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ସ୍ୱାଗତ ଜଣାଇଥିଲେ ।