
ଧରାକୋଟ,୬/୦୨(ଜିଲ୍ଲା ଖବର) : ବି ଜେ ପି ରାଜ୍ୟ ନେତୃତ୍ୱ ତରଫରୁ ନିଆଯାଇଥିବା ନିଷ୍ପତ୍ତି ପ୍ରକାରେ ଆଜି ସାନଖେମୁଣ୍ଡି ବି ଜେ ପି ତରଫରୁ ଧରାକୋଟ ର ବରିଷ୍ଠ ବି ଜେ ପି ନେତା ଇ ପ୍ରଦୀପ କୁମାର ପତ୍ରୀ ଙ୍କ ନେତୃତ୍ବରେ ପ୍ରାୟ ଶତାଧିକ ଲୋକ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଂପ୍ରତି କେନ୍ଦ୍ର ସରକାରଙ୍କ ଘୋଷିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ଅଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ଯୋଡିବା ନେଇ ଏକ ଦାବିପତ୍ର ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ ଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା,ଆସିକା ଲୋକସଭା ପ୍ରଭାରୀ ସନ୍ତୋଷ ଦଳେଇ, ଜାହାଡା ମଣ୍ଡଳ ସଭାପତି ଅଶୋକ ପାତ୍ର,ବରିଷ୍ଠ ନେତା ତ୍ରିନାଥ ଗୌଡ଼, ନିରୋଜ ପାଢ଼ୀ, ହର ପ୍ରସାଦ ମହାନ୍ତି ଓ ଘନ ଶ୍ୟାମ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଯଦି ବ୍ଲକ ପ୍ରଶାସନ ଆବାସ ବଣ୍ଟନରେ ସ୍ୱଚ୍ଛତା ଅବଲମ୍ବନ ନ କରନ୍ତି ତାହେଲେ ଆସନ୍ତା ଦିନରେ ବ୍ଲକ ସମ୍ମୁଖରେ ଅନଶନ କରିବାକୁ ନେତାମାନେ ଚେତାବନୀ ଦେଇଥିଲେ ।




