
ଧରାକୋଟ,୬/୦୨(ଜିଲ୍ଲା ଖବର) : ଧରାକୋଟ ନିକଟସ୍ଥ ଯାନବିଲି ରେ ଅବସ୍ଥିତ ଟାଲେଣ୍ଟ ହଣ୍ଟ ଇଣ୍ଟେଗ୍ରାଲ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ସିମାଦ୍ରି ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ସ୍ଵତନ୍ତ୍ର ଅତିଥି ଭାବରେ ଶିକ୍ଷାବିତ ଭିକାରୀ ଚରଣ ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବୃନ୍ଦାବନ ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ମମତା ସାମନ୍ତରାୟ, ଯୁଧିଷ୍ଟିର ସ୍ୱାଇଁ,ଅବସର ପ୍ରାପ୍ତ ସାମରିକ ବାହିନୀ ଅଧିକାରୀ ବିପିନ ବିହାରୀ ଦାସ,ଶିକ୍ଷାବିତ ଲିଙ୍ଗରାଜ ସ୍ୱାଇଁ, ରାଧା ମୋହନ ଜେନା,ଅରବିନ୍ଦ ଜେନା ଓ ସାମ୍ବାଦିକ ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ଦନର ଆବଶ୍ୟକ ମାର୍ଗ, ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ, ଶୃଙ୍ଖଳା ଜ୍ଞାନ ଉପରେ ମତ ରଖିଥିଲେ। ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବିଶୋଇ ବିବରଣୀ ପାଠ କରିଥିବା ବେଳେ ଲିଜା ରାଣୀ ବିଶୋଇ ଅତିଥି ପରିଚୟ ଓ କାଜଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।



