
ଆସିକା (ଜିଲ୍ଲା ଖବର): ଆମ ପୋଲିସ ସମିତି ଆସିକା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ୧୧.୦୧.୨୦୨୦ ଠାରୁ ଆରମ୍ଭ ହୋଇ ୧୭.୦୧.୨୦୨୦ ପର୍ଯ୍ୟନ୍ତ ପାଳନ କରାଯାଇଥିବା ଉକ୍ତ ସଚେତନତା କାର୍ଯ୍ୟକ୍ରମର ଷଷ୍ଠ ଦିନରେ ଆସିକା ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହୋଇଯାଇଛି।ହରିହର ହାଇସ୍କୁଲ,ନିରଞ୍ଜନ ମହିଳା କଲେଜ, ମେକମାଇକେଲ କଲେଜ, ଗାର୍ଲସ ହାଇସ୍କୁଲ ସମେତ ବିଭିନ୍ନ ଆଞ୍ଚଳିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅସିକା ଏସଡିପିଓ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ଯୋଗଦେଇଥିବା ବେଳେ, ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଭଞ୍ଜନଗର ଆର ଟି ଓ ଅଧିକାରୀ ଚିନ୍ମୟ ବାବୁ , ମେକ ମାଇକେଲ କଲେଜ ଅଧ୍ୟକ୍ଷ, ନିରଞ୍ଜନ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସୁପ୍ରଭା ଦାସ, ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ରାଉତ, ଆସିକା ଘରୋଇ ବସ ମାଲିକ ସଂଘ ସଭାପତି ସନ୍ତୋଷ କୁମାର ପୋଲାଇ, ଆମ ପୋଲିସ ସମିତିର ବରିଷ୍ଠ ସଭ୍ୟ ଏ ଯୁଦ୍ଦିଷ୍ଟର ଦୋରା, ମୁନା ରଥ ସମେତ ଅନ୍ୟ ସଭ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ସଡ଼କ ସୁରକ୍ଷା ଉପରେ ବହୁ ସଚେତନ ବାର୍ତ୍ତା ସହିତ କିଭଳି ଭାବରେ ବିଭିନ୍ନ ସଡ଼କ ଦୁର୍ଘଟଣା ରୋକା ଯାଇପାରିବ। ବହୁ ଜ୍ବଳନ୍ତ ଉଦାହରଣ ମାଧ୍ୟମରେ ସମସ୍ତ ମଞ୍ଚାସୀନ ବ୍ୟକ୍ତି ସଚେତନତା ସୃଷ୍ଟି କରିଥିଲେ। ଏଭଳି ଅଭିନବ ପ୍ରୟାସ ଓ ପଦକ୍ଷେପ ଗ୍ରହଣ କରିଥିବାରୁ ଆମପୁଲିସ ସମିତି , ଆଞ୍ଚଳିକ ପରିବହନ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଆସିକା ବସ ମାଲିକ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟର ରତ୍ନାକର ସିଅ



