
ଧରାକୋଟ,୫/୦୨(ଜିଲ୍ଲା ଖବର) : ଧରାକୋଟ ସ୍ଥିତ ରାମ ବନବାସ ମଠରେ ନଅ ଦିନ ବ୍ୟାପୀ ରାମ ଚରିତ ମାନସ ସାଙ୍ଗକୁ ମହା ବିଷ୍ଣୁଙ୍କ ଘୃତ ଯଜ୍ଞ, ଦୀପ ଯଜ୍ଞ ଓ ଶହେ ଆଠ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବଚକ ଭାବରେ ସୁଧୀର ମହାରାଜ, ସୂର୍ଯ୍ୟ ନାରାୟଣ ଦାସ,ନବୀନ ମହାରାଜ ଜି ବିଭିନ୍ନ ଦିନରେ ଯୋଗଦେଇ ପ୍ରବଚନ ପ୍ରଦାନ କରିଥିଲେ। ଶେଷ ଦିନରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଉପସ୍ଥିତ ରହି ପୂର୍ଣାହୃତି ପ୍ରଦାନ କରି ଯଜ୍ଞ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୀତା ସ୍ବାମୀ ସତସଙ୍ଗ କେନ୍ଦ୍ରର ସକ୍ରିୟ ସଭ୍ୟ ପଦ୍ମ ଚରଣ ବାରିକ,ଗୋଲକ ବିହାରୀ ସାହୁ,କୃତିବାସ ସାହୁ,ଯୋଗେନ୍ଦ୍ର ଘୋଷ, କୃଷ୍ଣ ଚନ୍ଦ୍ର ବେବର୍ତ୍ତା, ଘନ ଶ୍ୟାମ ମହାନ୍ତି,ସୁରେନ୍ଦ୍ର ନାୟକଙ୍କ ସମେତ ସମସ୍ତ ଗ୍ରାମ ବାସୀ ସହଯୋଗ ପ୍ରଦାନ କରିଥିଲେ।



