୨ ବର୍ଷ ମଧ୍ୟରେ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ହେବ ଶଙ୍କରାଚାଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ, ନାରୀଶକ୍ତିକୁ ଜାଗ୍ରତ ହେବା ଦରକାର

119

ରାୟଗଡ଼,୪/୦୨(ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ପାଇକ ସାହି ସ୍ଥିତ ମହାଲକ୍ଷ୍ମୀ ପଡିଆ ଠାରେ ବିରାଟ ହିନ୍ଦୁ ସମ୍ମଲିନର ସମାବେଶ ଅନୁଷ୍ଠିତ ହୋଇଥିଲା।ମୁନିଗୁଡା ସ୍ୱାଗତ କମିଟିର ସଭାପତି ମୀନକେତନ ଷଢଙ୍ଗୀ, ସମ୍ପାଦକ ଜଗନ୍ନାଥ ନୁଣ୍ରୁକା,କୋଷାଧକ୍ଷ ବଙ୍କିମ ସାହୁ ଓ ସ୍ୱାଗତ କମିଟିର ସମସ୍ତ ସଦସ୍ଯ ମାନେ ଉପସ୍ଥିତରହି ସହୋଯୋଗ କରିଥିଲେ।ଏକଦା ବିଶ୍ଵଗୁରୁ ହେଇ ସାରା ବିଶ୍ୱକୁ ଚକିତ କରିଥିଲା ସେହି ସୌର୍ଯ୍ୟ ଗାଥା କୁ ଆଜି ଭାରତୀୟ ମାନେ ବିଦେଶୀ କୁଟ ଚକ୍ରାନ୍ତ ର ଶିକାର ହେଇ ଧୀରେ ଧୀରେ ଭୁଲାଇବାରେ ପ୍ରୟାସ ଚାଲିଛି | ସତେ ଯେପରି ସତ୍ୟ ସନାତନ ହିନ୍ଦୁ ଧର୍ମ ର ବିଲୁପ୍ତ କରିବାକୁ ଚେଷ୍ଟା ଚାଲିଛି ବିଧର୍ମୀଙ୍କ ଓ ଦେଶ ଦ୍ରୋହୀଙ୍କ ଆପ୍ରାଣ ଉଦ୍ୟମ | ଏଥି ପୂର୍ବରୁ ମୋଗଲ 800 ଓ 200 ସହ ବର୍ଷ ବ୍ରିଟିଶ ଶାସନ କରି ହିନ୍ଦୁ ମାନଙ୍କୁ ନିର୍ଯାତିତ କରି ଜବରଣ ଧର୍ମ ପରିବର୍ତନ କରି ଅନେକ ସଂସ୍କୃତି ଲୋପ ପାଇବାକୁ ବସିଥିବା ବେଳେ ଆଜି ସାରା ବିଶ୍ୱରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାପାଇଁ ଗୋଟିଏ ହେଲେ ଦେଶ ନାହିଁ, ଯେଉଁଠି ହିନ୍ଦୁ ଅଳ୍ପ ସଂଖ୍ୟକ ସେଠି ସଂପୂର୍ଣ୍ଣ ଭାବେ ଅନ୍ୟ ଧର୍ମବଳମ୍ବି ମାନେ ସବୁବେଳେ ହିନ୍ଦୁ ଦମନ କରିବା ପାଇଁ ବ୍ୟଗ୍ର ଅଟେ | କିନ୍ତୁ ବିଶ୍ଵଗୁରୁ ଥିବା ସତ୍ୟ ସନାତନ ଧର୍ମ ସାରା ବିଶ୍ଵାପାଇଁ ଏକ ହୁଅ ବସୁଧାଇବ କୁଟୁମ୍ବକମ ମାନବ କଲ୍ୟାଣ ପାଇଁ ଗୀତା ଭଗବତରେ ଲିପିବଦ୍ଧ ଥିବା ଜ୍ଞାନକୁ ସାରା ବିଶ୍ୱରେ ଏବେ ସନାତନ ଧର୍ମକୁ ଆପଣେଇବାରେ ଲାଗିଥିବା ଦେଖିବାକୁ ମଳିଛି | ତେଣୁ ବିଶ୍ୱ ମଙ୍ଗଳ ଓ ବିଶ୍ୱ ପ୍ରାଣୀ ଜଗତକୁ ଶାନ୍ତି ମାର୍ଗରେ ପରିଚାଳିତ କରିବାରେ ଏକ ମାତ୍ର ସତ୍ୟ ସନାତନ ହିନ୍ଦୁ ଧର୍ମ ଅଟେ ତେଣୁ ଇସଲାମ, ଖ୍ରୀଷ୍ଟିଆନ ଧର୍ମ ଗ୍ରନ୍ତଃ ମାନଙ୍କରେ ବି ଈଶ୍ୱରଙ୍କ ସତା ରହିଥିବା ଲେଖା ଅଛି ତେଣୁ ପ୍ରବର୍ତନ କରିଥିବା ସବୁ ପୂର୍ବଜ ହିନ୍ଦୁ ମାନଙ୍କୁ ପୁନଃ ସ୍ୱାଗତ କରି ଛନ୍ତି ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ | ସେହିଭଳି ଭାରତ ଭୂମିରେ ଓ ପୁରାଣ ଜଗତରରେ ନାରୀ ଶକ୍ତିର ଅତି ଗୁରୁତ୍ୱପୂର୍ଣ ମହତ୍ୱ ରହିଛି ଓ ତାଙ୍କ ଭୂମିକା କଦାପି ଭୁଲିହେବନି ଉଦାହରଣ ପାଇଁ ଅନେକ କିମ୍ବଦନ୍ତୀ ରହିଛି ତେଣୁ ସମସ୍ତ ହିନ୍ଦୁ ପ୍ରଜା ଏକତ୍ରିତ ହେଇ ସ୍ୱର ଉତୋଳନ କରିବାର ସମୟ ଆସିଛି ଏହାକୁ ହାତ ଛଡା କରିବାର ନାହିଁ ବୋଲି କହିଛନ୍ତି | ଦଳ ଗତ ନିର୍ବିଶେଷରେ ଯିଏ ଗୋ ହତ୍ୟା, ସଂକୃତି ସୁରକ୍ଷା, ବିଧର୍ମୀଙ୍କୁ ପ୍ରଶତ୍ସାହିତ, ଦେଶ ବିରୁଦ୍ଧରେ ଷଡଯନ୍ତ୍ର କରିବା ନେତା ଯଦି ମୁଖ୍ୟମନ୍ତ୍ରୀ ହେଉ, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହେଲେବି ଆମେ ବରଦାସ୍ତ କରିବା କଥା ନୁହେଁ ବୋଲି କଡା ଭାଷାରେ କହିଥିଲେ ଯାହା ନାହିଁ ଭାରତେ ତାହା ନାହିଁ ଜଗତେ ବୋଲି ଦମ୍ଭୋକ୍ତି କରିଥିଲେ | ଦୀର୍ଘ 35 ବର୍ଷ ପରେ ରାୟଗଡ଼ ର ମୁନିଗୁଡାରେ ଏହି ଭବ୍ୟ କାର୍ଯ୍ୟକ୍ରମ କରିଥିବାରୁ ମହାଲକ୍ଷ୍ମୀ ସ୍ୱାଗତ ସମିତି ମୁନିଗୁଡାକୁ ସାଧୁବାଦ ଜଣାଇଥିଲେ | ଏହି କାର୍ଯ୍ୟକ୍ରମ କୁ ଏକ ସହ ସଂକୀର୍ତ୍ତନ ମଣ୍ଡଳୀ, ନବେ ଭଗବତ ଟୁଙ୍ଗି, ଜିଲ୍ଲାର ସମସ୍ତ ମଠ ମନ୍ଦିରର ପୂଜକ ମହନ୍ତ, ଏକସହ ଅଠା ବ୍ରାହ୍ମଣ ପଣ୍ଡିତ ଯୋଗଦେଇ ଶ୍ରୀ ଶଙ୍କରାଚାର୍ଜ୍ୟଙ୍କ ଆଶ୍ରିବାଚନ ଶ୍ରାବଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମଂଚାସୀନ ଚନ୍ଦ୍ରପୁରର ଜଣାକାନନ୍ଦ ଗିରୀ, କ୍ରାନ୍ତିକାରୀ ଆଶ୍ରମର ପ୍ରତିଷ୍ଠାତା ସନ୍ୟାସୀ ସ୍ୱରୂପାନନ୍ଦ ଗିରି, ନକୁଳ ବାବା, ମହେନ୍ଦ୍ରଗିରି ବାବା ଓ ପୁରୀ ଗିରୀ ଗୋବର୍ଧନ ପୀଠର ଅନ୍ୟ ସାଧୁ ସନ୍ଥଗଣ ଅସନାରୁଢ ହେଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମ ମୁନୁଗୁଡା ପାଇକସାହି ର ସରସ୍ବତୀ ଶିଶୁ ମନ୍ଦିର ପଡିଆ ନିକଟରେ ଆୟୋଜିତ କରାଯାଇଥିଲା | ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦଶ ହଜାର ଲୋକା ମାନେ ଯୋଗଦେଇଥିଲେ ସମସ୍ତଙ୍କ ପାଇଁ ଅନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା | ଆଗାମୀ 5 ତାରିଖ ଦିନ କୋରାପୁଟ ର ଜୟ ପୁରରେ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମହାରାଜା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁନିଗୁଡାର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ମୁନିଗୁଡା ଏସ୍ ଡିପିଓ ଆକାଶ କୁମାର ସାହୁ , ମୁନିଗୁଡା ଥାନା ଅଧିକାରୀ ଶ୍ରୀ ମତୀ ସୁଞାନୀ ସାହୁ ଓ ତାଙ୍କ ପୋଲିସ ଟିମ୍ ଯେଉଁ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ତାଙ୍କୁ ସମସ୍ତ ମୁନିଗୁଡା ସହର ବାସୀ ଧନ୍ୟବାଦ ଜଣାଇଛନ୍ତି।