Home ଆଞ୍ଚଳିକ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଵିଶ୍ଵ କର୍କଟ ଦିବସରେ ସଚେତନତା କାଯ୍ୟକ୍ରମ

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଵିଶ୍ଵ କର୍କଟ ଦିବସରେ ସଚେତନତା କାଯ୍ୟକ୍ରମ

68

ଗୁଣୁପୁର,୪/୨ : କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ଫେବ୍ରୁଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ଭାବେ ପାଳନ କରାଯାଉଥିବା ପରପେକ୍ଷିରେ ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ନର୍ସିଂ ପକ୍ଷରୁ ଵିଶ୍ଵ କର୍କଟ ରୋଗ ସମ୍ପର୍କୀୟ ଏକ ସଚେତନତା କାଯ୍ୟକ୍ରମ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ କେ .ସି. ସୁରେଶ ବାବୁ ଯୋଗଦେଇ ଚିକିତ୍ସାଳୟର ଅନ୍ତଃ ବିଭାଗର ରୋଗୀମାନଙ୍କୁ କର୍କଟ ରୋଗ ବିଷୟରେ ସଚେତନତା କରିଥିଲେ। ଏହା ସହ ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କର୍କଟ ରୋଗର ପ୍ରମୁଖ କାରଣ ଗୁଡିକ ମଧ୍ୟରେ ତମାଖୁ ସେବନ,ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ସହ ସ୍ତନ କର୍କଟ ଓ ସେର୍ଭିକଲ କର୍କଟ ବିଷୟରେ ସଚେତନତା କରିଥିଲେ। ଏଥିରେ ସ୍କୁଲ ଅଫ ନର୍ସିଂର ଅଧ୍ୟାପକ,ଅଧ୍ୟାପିକା ମାନେ ଯୋଗ ଦେଇ ସହଯୋଗ କରିଥିଲେ।