
ଧରାକୋଟ,୪/୦୨(ଜିଲ୍ଲା ଖବର) : ସମାଜର ନିଷ୍ପେସିତ ଓ ଅବହେଳିତ ପାରିବାର ର ବ୍ୟକ୍ତି ମାନଙ୍କୁ ଆଜି ଜଣେ କର୍ତ୍ତବ୍ୟରତ ଶିକ୍ଷୟତ୍ରୀ ସହାୟତା ପାଇଁ ମନ ବଳାଇଛନ୍ତି। ଧରାକୋଟ ବ୍ଲକର ସରଧାପୁର ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟତ୍ରୀ ରଶ୍ମିତା ରାଉଳ ବୁରୁପଡା ହରିଜନ ବସ୍ତିରେ ରହୁଥିବା ପ୍ରାୟ ସତୁରି ଗୋଟି ପାରିବାର କୁ ଶୀତ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରିଛନ୍ତି । ହରିଜନ ବସ୍ତି କୋଠ ଘରେ ପୂର୍ବତନ ସରପଞ୍ଚ ବିଳାସିନୀ ପାଢି, ମିଶନ ଶକ୍ତି ସଭାନେତ୍ରୀ ବନିତା ବଳ, ଓଡ଼ିଶା କିନର ସଂଘ ସଭାନେତ୍ରୀ ସ୍ବିଟି ସାହୁ, ଗଞ୍ଜାମ ଜିଲ୍ଲା କୀନର ସଂଘ ସମ୍ପାଦକ ବିନି ପଟ୍ଟନାୟକ, ସମାଜ ସେବୀ ଭଗବାନ ପାଣିଗ୍ରାହୀ, ରମେଶ ପାଢ଼ୀ,ରୋଜା ପୋଲାଇ ପ୍ରମୁଖ ଙ୍କ ଉପସ୍ଥିତରେ ଏହି କାର୍ଯ୍ୟ ସମାପନ ହୋଇଛି । ଜଣେ ଶିକ୍ଷୟତ୍ରି ହୋଇଥିଲେ ମଧ୍ୟ ସମାଜ ସେବା ପାଇଁ ନିଜର ମାସିକ ବେତନ ରୁ ଏପରି ମହନୀୟ ଉଦ୍ୟମ ଜାରି ରଖିଥିବା ଯୋଗୁଁ ଅଞ୍ଚଳରେ ରଶ୍ମିତା ରାଉଳ ବେଶ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।ପ୍ରଥମ ଥର ପାଇଁ ସେ ଧରାକୋଟ ସ୍ଥିତ ବାଲ୍ମିକେଶ୍ୱର ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ଗତ ବର୍ଷ ସହାୟତାର ହାତ ବଢ଼ାଇଥିଲେ । ଆଗକୁ ଏପରି ସମାଜ ସେବା କାର୍ଯ୍ୟ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।


