
ଧରାକୋଟ,୩/୦୨ : ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଶୁନେତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶୀଲ କୁମାର ପଟନାୟକ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଏ ବି ଇ ଓ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ ଓ ବୂଚି ରାଓ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ଢ଼ଉଗାଁ, ସରଧାପୁର, ମୁଣ୍ଡମରାଇ,ଧରାକୋଟ ଓ ବରଡାବାଲି କ୍ଲାଷ୍ଟର ର ତିନିଶହ ଛାତ୍ର ଛାତ୍ରୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ କିଛି ଜଣଙ୍କୁ ଚଷମା ପ୍ରଦାନ,ଔଷଧ ଦିଆଯାଇଥିବା ବେଳେ ଅନ୍ୟ କିଛି ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ପଠା ଯାଇଥିଲା। ଛତ୍ରପୁର ମେଡ଼ିକାଲ ର ବରିଷ୍ଠ ଚକ୍ଷୁ ଚିକିତ୍ସା ଅଧିକାରୀ ଡାକ୍ତର ସିଲା ସୀତାରାମ ସମସ୍ତଙ୍କ ଚକ୍ଷୁ ଚିକିତ୍ସା କରିଥିଲେ । ଏହି କାର୍ୟ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାକାନ୍ତ ପଣ୍ଡା ପରିଚାଳନା କରିଥିଲେ। ଆସନ୍ତା ଚାରି ତାରିଖ ଦିନ ଝରପାରୀ ହାଇସ୍କୁଲ ଓ ଛଅ ତାରିଖରେ ମାଣିକପୁର ସ୍କୁଲ ରେ ଏପରି ଶୁନେତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।


