
ଧରାକୋଟ,୩/୦୨ :ଧରାକୋଟ ବ୍ଲକର ଝାଡ଼ବନ୍ଧ ପଞ୍ଚାୟତର ଦୀଗୀ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଚୁଲି ନିଆ ଲାଗି ଯିବାରୁ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ନାୟକ ଙ୍କର ତିନି ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏହି ନିଆଁରେ ଘରର ଆସବାବ ପତ୍ର ସହ ଧାନ,ଚାଉଳ ଓ କିଛି ନଗଦ ଅର୍ଥ ମଧ୍ୟ ଜଳି ଯାଇଛି । ଖବର ପାଇ ଧରାକୋଟ ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁ କୁ ଲିଭାଇ ଥିଲେ। ପୂର୍ଣ୍ଣ ଚନ୍ଦ୍ର ନାୟକ ଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି।


