
ଆସିକା, ୦୩/୦୨. ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଶ୍ରମିକ ଜାଗରଣ ଓ ସଚେତନତା ପାଇଁ ଗାଁ କୁ ଚାଲ୍ ଅଭିଯାନ ର ୮ମ ଦିନ । ଆସିକା ବ୍ଳକ ଅନ୍ତର୍ଗତ ଗହଙ୍ଗୁ ଗ୍ରାମ ପଞ୍ଚାୟତର ଫାପଲପୁର ଗ୍ରାମର କୋଠଘର ରେ ବାସୁଦେବ ସିଓଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବରଗାଁ ଗ୍ରାମ ପଞ୍ଚାୟତରେ ରାଜମିସ୍ତ୍ରୀ ବଙ୍ଗାଳୀ କାମ୍ପଙ୍କ ଅଧ୍ୟକ୍ଷତାରେ ନିର୍ମାଣ ଶ୍ରମିକ ମାନଙ୍କ ଶ୍ରମିକ ଜାଗରଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।ଆୟୋଜିତ ବୈଠକରେ ଗାଁ କୁ ଚାଲ୍ ଅଭିଯାନ ସଂପର୍କରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସଭାପତି କମ୍ରେଡ ଶଙ୍କର ବିଶେଷ ଉପସ୍ଥାପନ କରିଥିଲେ। ଶ୍ରମ ବିଭାଗ ଭୁଆଁବୁଲା ହରିଲୁଟ ନୀତି ଆପଣାଇ କିଭଳି ଶ୍ରମିକ ମାନଙ୍କ ଅଧିକାର ହଡ଼ପ କରୁଅଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗାଁ କୁ ଚାଲ୍ ଅଭିଯାନ ଗତ ୨୬ ଜାନୁଆରୀ ୨୦୨୩ ରୁ ଆରମ୍ଭ ହୋଇ ଏକମାସ ବ୍ୟାପି ଚାଲିବ, ୮ମ ଦିନରେ ଆସିକା ବ୍ଳକର ଏହି ଦୁଇ ପଞ୍ଚାୟତ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି।ରହିବ ବୋଲି ପ୍ରକାଶ କରିଥିଲେ । ପଞ୍ଜିକରଣ ପାଇଁ ଆବେଦନ କରି ମାସ ମାସ ଧରି ଅପେକ୍ଷା କଲେ ସୁଦ୍ଧା ଶ୍ରମିକମାନଙ୍କ ପଞ୍ଜୀକରଣ ହୋଇ ହିତାଧିକାରୀ ପରିଚୟପତ୍ର ପ୍ରଦାନ କରାଯାଉନାହିଁ। ମୃତ୍ୟୁ କାଳୀନ, ଝିଅ ବିବାହ ଓ ଶିକ୍ଷା ସହାୟତା ଆବେଦନ କରି ମାସ ମାସ ବିତିଗଲେ ସୁଦ୍ଧା ସହାୟତା ମିଳୁନାହିଁ । ଅଫ୍ ଲାଇନ୍ ଓ ଅନ୍ ଲାଇନ୍ କିଛି ଫରକ ନାହିଁ । ଅନଲାଇନ ପୋର୍ଟାଲ ବ୍ୟବସ୍ଥା ଆରମ୍ଭ କରି ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ରୁ ବଞ୍ଚିତ କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଛି । ଅନଲାଇନ ପୋର୍ଟାଲରେ ଅନେକ ଗାଁ ଓ ପଞ୍ଚାୟତ ରେକର୍ଡ ଭୁକ୍ତ ହୋଇନଥିବା ଯୋଗୁଁ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଉପସ୍ଥିତ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ଆସିକା ବ୍ଳକର ୫ ଟି ପଞ୍ଚାୟତ ବରଗାଁ, ଖଣ୍ଡଦେଉଳି, ବାଲିଛାଇ, ମଙ୍ଗଳପୁର, ନିମିନା ଅନ୍ତର୍ଭୁକ୍ତ ନଥିବା ବେଳେ ଖାରିଆ ପଞ୍ଚାୟତ ର ହୁମୁକି ଗ୍ରାମ ନାହିଁ । ଏପରି ଅନେକ ଗାଁ ନାହିଁ । ଏ ଦିଗରେ ସହ ଶ୍ରମ ଅଧିକାରୀ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିଷ୍କ୍ରିୟତା କୁ ନାପସନ୍ଦ କରାଯାଇଛି। ୧. କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ତୁରନ୍ତ ତାଙ୍କ ପ୍ରାପ୍ୟ ୧୫୦୦ ଟଙ୍କା ପ୍ରଦାନ କରିବା,
୨. ନିର୍ମାଣ ଶ୍ରମିକଙ୍କ ପୁଅ ଓ ଝିଅଙ୍କ ଶିକ୍ଷା ପାଇଁ ଶିକ୍ଷା ସହାୟତା ଘୋଷଣା ହୋଇଥିବା ବେଳେ ଯେ କୌଣସି ଗୋଟିଏ ସହାୟତା ସହାୟତା ଆବେଦନ କରିଥିଲେ ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ମିଳିବ ନାହିଁ ଏପରି ଷଡ଼ଯନ୍ତ୍ର ଠିକ୍ ନୁହେଁ । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ।
୩. ଯେଉଁ ନିର୍ମାଣ ଶ୍ରମିକଙ୍କ ପରିବାରର ସଦସ୍ୟ ବା ଉତ୍ତରାଧିକାରୀ ନାହାନ୍ତି, ସେ ଅନଲାଇନ୍ ବ୍ୟବସ୍ଥା ରେ ନବୀକରଣ କରିପାରୁ ନାହାନ୍ତି। ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକ ମାନଙ୍କ ଅଧିକାର ପ୍ରଦାନ କରାଯାଉ ।
୪. ଅନ୍ ଲାଇନ୍ ରେ ପଞ୍ଜିକରଣ ଓ ନବୀକରଣ କରୁଥିବା ଶ୍ରମିକଙ୍କ ଶୀଘ୍ର ଅନୁମୋଦନ କରାଯାଉ ।
୫. ସମସ୍ତ ସହାୟତା ଆବେଦନ ର ୬୦ ଦିନ ମଧ୍ୟରେ ପ୍ରଦାନ କରାଯାଉ।
୬.ସମସ୍ତ ମନରେଗା ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକରଣ କରି ନିର୍ମାଣ ଶ୍ରମିକ ପରିଚୟପତ୍ର ପ୍ରଦାନ କରାଯାଉ ।
୭. ସର୍ବନିମ୍ନ ମଜୁରି ଠାରୁ କମ୍ ମଜୁରୀ ପ୍ରଦାନ କରୁଥିବା ଠିକାଦାର ଓ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବି ଉପସ୍ଥାପନ କରିଥିଲେ। ଏହି ଶ୍ରମିକ ଜାଗରଣ ସଭାରେ ରମେଶ ଚନ୍ଦ୍ର ପରିଡା, ସନ୍ତୋଷ ଜେନା, ଦମୟନ୍ତୀ ସ୍ବାଇଁ, ବିଷ୍ଣୁ ପ୍ରିୟା ସ୍ବାଇଁ, ବଙ୍ଗାଳୀ କାମ୍ପ, ଲଳିତା ସ୍ବାଇଁ, ରଶ୍ମିତା ଜେନା, ଗୋପିନାଥ ଜେନା ଆଦି ଉପସ୍ଥିତ ଥିଲେ ।








