
ରାୟଗଡ଼ା -3-2 (ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତରେ ହେଉଥିବା ସାପ୍ତାହିକ ହାଟର ବଜାର ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଆଜି ଗୁଣୁପୁର ଉପଜିଲ୍ଲାପାଳ ଶ୍ରୀ ଲଳିତ କୁମାର କଅର ପହଞ୍ଚି ସାପ୍ତାହିକ ବଜାର ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ଏବଂ ଆଉ କେଉଁ ମାଧ୍ୟମରେ କାର୍ଯ୍ୟ କରିଲେ ସମସ୍ତ ବ୍ୟବସାୟୀ ମାନେ ଉପକୃତ ହେବେ ବୋଲି ସେ ବିଷମକଟକ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଓ ଗୁଣୁପୁର ନିୟନ୍ତ୍ରଣ ବଜାର କମିଟିର ସେକ୍ରେଟାରୀ ଶ୍ରୀ ଦଳପତି କାରିଜି ଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ସହ ବିଷମକଟକ ବିଡ଼ିଓ ଶ୍ରୀ ସଦାଶିବ ନାୟକ, ବିଷମକଟକ ତହସିଲଦାର ଶ୍ରୀ ସୁଭେନ୍ଦୁ କୁମାର ଜେନ, ଗୁଣୁପୁର ନିୟନ୍ତ୍ରଣ ବଜାର କମିଟିର ସେକ୍ରେଟାରୀ ଶ୍ରୀ ଦଳପତି କାରିଜି , ହାଟ ମୁନିଗୁଡା ପଞ୍ଚାୟତର ପି ଇ ଓ ମଳୟ କୁମାର ନାୟକ ଓ ବିଜେଡି ନେତା ଶ୍ରୀ ଜ୍ୟୋତି ପ୍ରସାଦ ସାହୁ ଉପସ୍ଥିତ ଥିଲେ।



