ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚ଼େତନତା ଶୋଭାଯାତ୍ରା

96

ସଡ଼କ ସୁରକ୍ଷା ଜୀବନ ରକ୍ଷା

ଆସିକା ତା ୩୧/୧ : ଦୈନିକ ଯାନବାହାନ ଜନିତ ଦୁର୍ଘଟନାକୁ ଲକ୍ଷ୍ୟ କରି ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଶାଖାର ତତ୍ତ୍ବାବଧାନରେ ଏବଂ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ସମର୍ଥନରେ ସଡକ ସୁରକ୍ଷା ସଚ଼େତନତା ଶୋଭାଯାତ୍ରା ହୋଇଯାଇଛି। ଉକ୍ତ ଶୋଭାଯାତ୍ରାରେ ୟୁଥ୍ ରେଡକ୍ରସ୍ ୟୁନିଟର ଉଭୟ ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଅଧ୍ୟାପକ ଦେବବ୍ରତ ସାହୁ ଶୋଭାଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସଡ଼କ ସୁରକ୍ଷାର ବିଭିନ୍ନ ନାରାବାଜୀ ମାଧ୍ୟରେ ସମସ୍ତ ଜନ ସାଧାରଣଙ୍କୁ ସଚ଼େତନ କରାଇଥିଲେ। ଶୋଭାଯାତ୍ରାରେ ଶତାଧିକ ଏନ୍.ସି.ସି, ଏନ୍ଏସ୍ଏସ୍ ତଥା ଯୁବ ରେଡକ୍ରସ୍ ୟୁନିଟର ସମସ୍ତ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଉକ୍ତ ଶୋଭାଯାତ୍ରାଟି ସକାଳ ଆଠ ଘଣ୍ଟରେ କଲେଜ କ୍ୟାମ୍ପସରୁ ଆରମ୍ଭ ହୋଇ କଲେଜଛକ ପର୍ଯ୍ୟନ୍ତ ବାହାରିଥିଲା।