
ଭୂବନେଶ୍ୱର,୩୧/୦୧(ଜିଲ୍ଲା ଖବର) :ଏସ୍ ସି ବି ମେଡିକାଲ କଲେଜ ,କନିଷ୍ଠ ଡାକ୍ତର ଛାତ୍ରସଂଘ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅକାଳ ବିୟୋଗରେ ଶୋକପାଳନ କରାଯାଇଛି। ଏହି ଅବସରରେ ଡାକ୍ତରଖାନା ପରିସରରେ ଏକ ନୀରବ ପ୍ରାର୍ଥନା ଏବଂ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କନିଷ୍ଠ ଡାକ୍ତର ସଂଘ ସଭାପତି ଡ଼ା ଅଭିଷେକ ବିଶ୍ଵାଳ, ଉପ ସଭାପତି ଡ଼ା ମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ କଂର ସ୍ମୃତିଚାରଣା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଏପରି ଦୁଃଖଦ ସମୟର ସାମ୍ନା ପାଇଁ ଅସୀମ ଧୈର୍ୟ୍ୟ ଦେବା ପାଇଁ ଏବଂ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।




