Wednesday, October 14, 2026
Home ଆଞ୍ଚଳିକ ବାଲିପଦର ରେ ହରିହର ଭେଟ ମକର ମିଳନ ଯାତ୍ରା

ବାଲିପଦର ରେ ହରିହର ଭେଟ ମକର ମିଳନ ଯାତ୍ରା

70

ବୁଗୁଡ଼ା (ଜିଲ୍ଲା ଖବର): ପବିତ୍ର ମକର ଯାତ୍ରା ଅବସରରେ ଐତିହ୍ୟ ସମ୍ପର୍ଣ୍ଣ ବାଲିପଦର ମକର ପଡ଼ିଆ ଠାରେ ଦୀର୍ଘ ତିନି ଶହ ବର୍ଷ ଧରି ଚାଲି ଆସିଥିବା ହରିହର ଭେଟ ଓ ମକର ମିଳନ, ହଜାର ହଜାର ଜନସମାଗମ ରେ ପାଳିତ ହୋଇଛି। ମଧ୍ୟାହ୍ନରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାପ୍ରଭୁ , ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ଓ ରଘୁନାଥ ସ୍ୱାମୀ ଙ୍କୁ ସୁସଜ୍ଜିତ ବିମାନରେ ବିଜେ ପ୍ରତିମା ମାନଙ୍କୁ ଘଣ୍ଟ , ମୃଦଙ୍ଗ ,ଗିନି ନାଦର ତାଳେ ତାଳେ ମିଳନ ପଡ଼ିଆ କୁ ଅଣାଯାଇଥିଲା । ଚନ୍ଦନ ପାଢୀ, ଝୋଲେରୀ ,ଖରିଡା, ମହୁଲପଲ୍ଲୀ ଓ ବାଲିପଦର ନାମ ସଂକୀର୍ତ୍ତନ ଦଳ ଠାକୁର ମାନଙ୍କୁ ପାଛୋଟି ଆଣିଥିଲେ। ତିନି ମନ୍ଦିର ର ଟ୍ରଷ୍ଟ ଓ କମିଟି ମାନଙ୍କ ତତ୍ତ୍ଵ ବଧାନ ରେ ଏହି ମହାନ ପରମ୍ପରା ସମାପନ ହୋଇଯାଇଛି। ସର୍ବ ଟ୍ରଷ୍ଟି କୋକରାମ ଜେନା, k. ଅଶୋକ କୁମାର ପାତ୍ର, ଶ୍ରୀ ଭାସ୍କର ଗୁରୁ, ତିନି ଠାକୁର ଙ୍କ ମିଳନ ସ୍ଥଳ ରେ ଉପସ୍ଥିତ ରହି, ପଟ୍ଟା ଆଖଡା ଏବଂ ବିଭିନ୍ନ ଲୋକବାଜ୍ୟ,ଓ ନୃତ୍ୟ ପରିଚାଳନା କରିଥିଲେ। ବୁଗୁଡ଼ା ତହସିଲଦାର ଶ୍ରୀ ସଂଗ୍ରାମ କେଶରୀ ଜେନା , ଭଂଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଶୁଭ୍ରାଶଂ ଶେଖର ମିଶ୍ର, ବୁଗୁଡ଼ା -2.2.1 ଶ୍ରୀ ଚିତ୍ରରଞ୍ଜନ ବେହେରା, ବାଲିପଦର ଫାଣ୍ଡି ଅଧିକାରୀ ଶ୍ରୀ ଭଗବାନ ପୂଜାରୀ,ପଣ୍ଡିତ ସିମାଞ୍ଚଳ ପଣ୍ଡା, ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ,କୈଳାଶ ଚନ୍ଦ୍ର ପ୍ରଧାନ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ସମିତି ସଭ୍ୟ ଶ୍ରୀ ମହେନ୍ଦ୍ର ପ୍ରସାଦ ପଣ୍ଡା,ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବି ପ୍ରକାଶ ଚନ୍ଦ୍ର ପାତ୍ର, ବଣିକ ସଂଘ ସଭାପତି ଜି.ସଞ୍ଜିବ ପାତ୍ର,ଖଲ୍ଲୀ ପରିଡା, କଳାପରିଷଦ ସଭାପତି ଜି.ରାଜେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ମହାରଣା ସାହି ଯୁବ ସଂଗଠକ ଓ ପୋଲିସ ପ୍ରଶାସନ, ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏବଂ ତିନି ମନ୍ଦିର ଟ୍ରଷ୍ଟ ମାନଙ୍କ ଦ୍ବାରା ତିନି ଠାକୁରଙ୍କୁ ବାଲିପଦର ସମସ୍ତ ସାହି ପରିକ୍ରମା କରାଯାଇଥିଲା।

ରିପୋର୍ଟର ସନାତନ ବେହେରା