ଗାଇ ବୋଝେଇ ପିକଅପ୍ କୁ ଟ୍ରକ ମୁହାମୁହିଁ ଧକ୍କା, ଦୁଇ ଆହତ

169

ରାୟଗଡ଼ା ୩୧-୧ (ଜିଲ୍ଲା ଖବର)-ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ବଡଗୋତିଗୁଡା ଗ୍ରାମ ନିକଟରେ ୩୧୬ନମ୍ବର୍ ରାଜ୍ୟ ରାଜପଥରେ ଏକ ଗରୁ ବୋଝେଇ ପିକ୍‌ଅପ୍ ଏବଂ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପିକଅପ୍ ର ଡ୍ରାଭର ଓ ଗୋରୁ ଚାଲାଣ କରୁଥିବା ମାଲିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବିଷମ କଟକ ପୋଲିସ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଆଜି ଅପରାହ୍ନରେ ମୁନିଗୁଡା ଥାନା ଅନ୍ତର୍ଗତ ଗୋତିଗୁଡା ଗ୍ରାମରୁ ୬ଟି ଗାଇ କୁ ଏକ ପିକ୍‌ଅପ୍ ଭେନ୍‌ରେ ଆନ୍ଧ୍ରପ୍ରଦେଶର ପାରବତୀପୁରମ୍ ଚାଲାଣ କରାଯାଉଥିବା ବେଳେ ବିଷମ କଟକ ଥାନା କାଙ୍କୁବାଡି ଗ୍ରାମ ପଞ୍ଚାୟତ ବଡ ଗୋତିଗୁଡା ଗାଁ ନିକଟରେ ଥିବା ୩୨୬ନଂ ଜାତୀୟ ରାଜପଥରେ ପିକ୍‌ଅପ୍ ଭେନ୍ ଟି ଦ୍ରୁତ ଗତିରେ ଯାଇ ଅପର ପକ୍ଷରୁ ଆସୁଥିବା ଏକ ଟ୍ରକ କୁ ମୁହାଁମୁହିଁ ଧକ୍କା ଦେଇ ଓଲଟି ପଡିଥିଲା ।ଦୁର୍ଘଟଣା ରେ ପିକଅପ୍ ଟି ଭାଙ୍ଗି ଚୁରମାର ହୋଇଥିବା ବେଳେ ଗାଡି ଡ୍ରାଇଭର ପଙ୍କଜ ଟାକ୍ରି ଏବଂ ଗାଡି ମାଲିକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପିକ୍‌ଅପ୍‌ରେ ବୋଝେଇ ହୋଇଥିବା ଗାଇ ମଧ୍ୟରୁ ୩ଟି ଗାଇ ର ମୃତ୍ୟୁ ହୋଇଛି । ଗାଡି ମାଲିକ ର ବର୍ତମାନ ସୁଦ୍ଧା ପରିଚୟ ହସ୍ତଗତ ହୋଇପାରିନଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଗାଇ ବୋଝେଇ ପିକ୍‌ଅପ୍ ଭେନ୍ ଗୁଡିକ ପୋଲିସ୍ ଆଖିରେ ଧୁଳି ଦେଇ ନିୟମିତ ଭାବେ ଏହି ରାସ୍ତାଦେଇ ଦ୍ରୁତ ଗତିରେ ଯାଉଛନ୍ତି । ବିଭିନ୍ନ ସମୟରେ ଛଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ହେଲେ ଏହାର ପ୍ରତିକାର ହୋଇପାରିନାହିଁ । ପରିଣାମ ସ୍ୱରୁପ ଆଜି ଏହି ଦୁଘଟଣା ଘଟିଛି ବୋଲି ଚର୍ଚ୍ଚା ହେଉଛି । ଘଟଣା ସ୍ଥଳରେ ବିଷମ କଟକ ପୋଲିସ୍ ପହଁଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି । ଏହି ବେଆଇନ ଗୋରୁ ଚାଲାଣ ବନ୍ଧ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି କରିଛନ୍ତି।