ଆବାସ ଯୋଜନାରେ ହିତାଧିକାରୀ ଚୟନ

25

ଧରାକୋଟ,୩୦/୦୧ : ସରକାରୀ ନିଷ୍ପତି ପ୍ରକାରେ ଧରାକୋଟ ବ୍ଲକରେ ପ୍ରଧାନ ମନ୍ତ୍ରୀ ଆବାସ ଓ ସ୍ଵତନ୍ତ୍ର ଫନି ସହାୟତା ଗୃହ ନିର୍ମାଣ ପାଇଁ ଚୟନ ପ୍ରକିୟା ଶେଷ ହୋଇଛି ।ସମଗ୍ର ବ୍ଲକ୍ ପାଇଁ ୧୬୮୨ ଗୃହ ମଞ୍ଜୁର ହେଇଥିବା ବେଳେ ଅଭିଯୋଗ ସମୟ ସୀମା ମଧ୍ୟରେ ୭୩ ଗୋଟି ଅଭିଯୋଗ ବ୍ଲକ ପ୍ରଶାସନ ନିକଟରେ ପହଞ୍ଚି ଥିଲା । ଏହା ପରେ ପ୍ରତି ପଞ୍ଚାୟତ ସ୍ତରରେ ତିନି ଜଣିଆ ଟିମ୍ ଅଭିଯୋଗର ତଦନ୍ତ କରିଥିଲେ । ପକା ଘର, ଚାରିଚକିଆ ଯାନ ଓ ପୂର୍ବରୁ ଘର ପାଇଥିବା ବ୍ୟକ୍ତି ସହ ଦଶ ଗୋଟି ନିୟମ କୁ ଭିତ୍ତି କରି ୨୨ ଜଣ ଅଯୋଗ୍ୟ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇଥିଲା । ସ୍ଵତନ୍ତ୍ର ଗ୍ରାମ ସଭାରେ ମନୋନୀତ ହିତାଧିକାରୀ ତାଲିକାଗତ ୨୬ ତାରିଖ ଦିନ ଉପସ୍ଥାପନ କରାଯାଇ ମଞ୍ଜୁରୀ କରାଯାଇଥିଲା । ସଂପ୍ରତି ୧୬୬୦ ଜଣ ମନୋନୀତ ହିତାଧିକାରୀ ଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କାର୍ୟ୍ୟାଦେଶ ପ୍ରଦାନ କରାଯିବ ବୋଲି ବି ଡି ଓ ଡେନିସ ବେହେରା ପ୍ରକାଶ କରିଛନ୍ତି।