ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପ୍ରତିଯୋଗିତା

56

ଧରାକୋଟ,୩୦/୦୧ : ଘୁମୁସର ଜଳସେଚନ ଡିଭିଜନ ଆନୁକୁଲ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟର ଅଷ୍ଟମ ରୁ ଦଶମ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ,ପ୍ରବନ୍ଧ,ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜଳସେଚନ ବାଘୁଆ ଡିଭିଜନ ର ସହକାରୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳ, କେଶବ ଖଟେଇ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ, ବୁଚୀ ରାଓ ଦୋରା, ଢ଼ଉଗାଁ ଜଳସେଚନ ବିଭାଗର ଯୋଗେନ୍ଦ୍ର ସାମଲ,ସମସ୍ତ ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିଥିଲେ। କୁଇକ ରେ ଅଙ୍କିତା ପତ୍ରୀ,ପ୍ରବନ୍ଧରେ ଜିତେନ୍ଦ୍ର ସାହୁ, ତର୍କ ରେ ଦୀପକ ସାହୁ ଓ ଚିତ୍ରାଙ୍କନ ରେ ଅର୍ଚ୍ଚିତା ପଢ଼ିହାରି ମନୋନୀତ ହୋଇଥିଲେ । ଧରାକୋଟ,ଭଞ୍ଜନଗର ଓ ସୋରଡ଼ା ବ୍ଲକ ସ୍ତରୀୟ ଡିଭିଜନ ସ୍ତରର ପ୍ରତିଯୋଗିତା ଆସନ୍ତା ଫେବୃୟାରୀ ଏକ ତାରିଖ ଦିନ ଅନୁଷ୍ଠିତ ହେବ । ଏଥିରେ ଆଜିର ପ୍ରତିଯୋଗିତାରେ ଉତିରନ ଛାତ୍ର ଛାତ୍ରୀ ଭାଗ ନେବେ । ଜଳ ସଂରକ୍ଷଣ,ଜଳ ସେଚନ,ଜଳ ସମ୍ପଦର ସୁପରିଚାଳନା ଓ ସୁରକ୍ଷା କୁନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।