ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ

437

ଧରାକୋଟ,୨୮/୦୧(ଜିଲ୍ଲା ଖଵର) :ଧରାକୋଟ ବ୍ଲକର ଓଳମ୍ବା ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଶରତ ଚନ୍ଦ୍ର ସ୍ୱାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବି ଡି ଓ ଡେନିସ ବେହେରା,ସ୍ଵତନ୍ତ୍ର ଅତିଥି ଭାବରେ ବି ଇ ଓ କୋରେସ ସେଠୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା,ଏବଂ ମୂଖ୍ୟ ବକ୍ତା ଭାବେ କନ୍ଧମାଳ ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଜିତ ଗୌଡ଼ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ଶିଶିର ମହାନ୍ତି ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହି ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାରୁ ହିଁ ମଣିଷ ର ବିନୟ ଭାବ ସୃଷ୍ଟି ହୁଏ । ବିନୟ ରୁ ଜ୍ଞାନର ସୃଷ୍ଟି ହୁଏ। ଏହା ଛଡା ସାର ଆଇଯାକ ନୀଉଟନ,ପିତା ମାତା ହିଁ ଦେବତା ଓ ଶୃଙ୍ଖଳା, ଚରିତ୍ର ଗଠନ ଓ ସଂସ୍କାର ଦ୍ଵାରା ଭଲ ମଣିଷ ସୃଷ୍ଟି ହୁଏ ବୋଲି ଅତିଥି ମାନେ ଉପଦେଶ ପ୍ରଦାନ କରିଥିଲେ। ହିନ୍ଦୀ ଶିକ୍ଷକ ନିଶାକର ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ମଙ୍ଗୁଲୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଯୋଗିଭାଇ ଓ ନୃତ୍ୟ ଗୁରୁ ବବୁଲୁ ଙ୍କ ନିର୍ଦ୍ଦେଶନାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।