
ଧରାକୋଟ,୨୮/୦୧(ଜିଲ୍ଲା ଖଵର) :ଜଗମୋହନ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଛବ ପାଳନ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲାଞ୍ଚଳ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୂଖ୍ୟଅତିଥି ଭାବରେ ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବେ ଏ ବି ଇ ଓ ବୁଚୀରାଓ ଦୋରା ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାସ୍କର ସାହୁ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ସସ୍ମିତା ଦାସ ଅତିଥି ପରିଚୟ ପ୍ରଦାନ ସହ କ୍ରୀଡା ଉଛବ ର ଆବଶ୍ୟକତା ଉପରେ ମତ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପାତ୍ର ବିଦ୍ୟାଳୟ ସୌରଭ ର ଦ୍ଵିତୀୟ ସଂସ୍କରଣ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଶେଷରେ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଜ୍ଞାନ ଶିକ୍ଷକ କାଳୁ ଚରଣ ସ୍ୱାଇଁ ପରିଚାଳନା କରିଥିଲେ।



