
(ଅଦମ୍ୟ ସାହାସ ହିଁ ଆତ୍ମ ସୁରକ୍ଷାର ମୂଳମନ୍ତ୍ର)
ଆସିକା ତା ୨୮/୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଶିକ୍ଷାବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହେଉଥିବା ସାପ୍ତାହିକ ଆତ୍ମ ସୁ୍ରକ୍ଷା ପ୍ରଶିକ୍ଷଣ ଶିବିର କାର୍ୟ୍ୟକ୍ରମ ଆଜି ଉଦଯାପନ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଆତ୍ମସୁରକ୍ଷା ପ୍ରଶିକ୍ଷଣର ଜିଲ୍ଲା ସମନ୍ବୟ ଅଧିକାରୀ ଡ. ଅମ୍ରିତ୍ କୁମାର ସେଠୀ ତଥା ମୁଖ୍ୟବକ୍ତା ରୂପେ ଖଲ୍ଲିକୋଟ ଜୁନିୟର ମହାବିଦ୍ୟାଳୟ, ବ୍ରହ୍ମପୁରର ଇଁରାଜୀ ଅଧ୍ୟାପିକା ସଂନ୍ଧ୍ୟାରାଣୀ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ସାପା ରଂଜିତାରାଣୀ ଉକ୍ତ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। ଅଧ୍ୟାପିକା ମିନତି ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା କରି ମଞ୍ଚାସୀନ କରାଇଥିଲେ। କଲେଜ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ପଣ୍ଡା ଉକ୍ତ କାର୍ୟ୍ୟକ୍ରମରେ ମଞ୍ଚାସୀନ ଥିଲେ। ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରର ମାଷ୍ଟର ଟ୍ରେନର୍ ମାନଙ୍କ ଅଭିଜ୍ଞ କୁଶଳ ଦକ୍ଷତାରେ ଛାତ୍ରୀମାନେ ଯେଉଁ ସବୁ ଭଙ୍ଗିମାରେ ପ୍ରଶିକ୍ଷଣ ନେଇଥିଲେ ତାହାର ଜ୍ଜ୍ବଳନ୍ତ ଦୃଷ୍ଟାନ୍ତ ମଞ୍ଚାସୀନ କରାଇଥିଲେ। ଦୁର୍ବୁତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଏବଂ କୌଣସି ଉତ୍କଟ ସମସ୍ୟାର ସଠିକ୍ ମୁକାବିଲା କରିବା ପାଇଁ ଆତ୍ମସୁରକ୍ଷା ବଳୟରେ ଦୈନନ୍ଧିନ ଜୀବନକୁ ଅତିବାହିତ କରିବା ପାଇଁ ସମସ୍ତ ଅତିଥି ପରାମର୍ଶ କରିଥିଲେ। ଉକ୍ତ ଉଦଯାପନୀ କାର୍ୟ୍ୟକ୍ରମରେ ଶିିବିରର କୃତି ପ୍ରଶିକ୍ଷାର୍ଥୀମାନଙ୍କୁ ମଞ୍ଚାସୀନ ଅତିଥଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ପ୍ରାୟ ଶତାଧିକ ଯୁକ୍ତ ଦୁଇ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି ବୋଲି ନଜିର ରହିଛି।





