
ଖଲ୍ଲିକୋଟ,୨୭/୦୧ : ବର୍ତ୍ତମାନ ସମୟରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଲଙ୍ଗଳେଶ୍ବର ସ୍ଥିତ ରାଧା ଚରଣ ବୈଦ୍ୟ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସୂର୍ୟ୍ୟ ମଣି ବୈଦ୍ୟ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ସାଂସଦ ପ୍ରତିନିଧି ରତ୍ନାକର ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷ ଦୈତାରୀ ବେହେରା, ସମାଜସେବୀ ତଥା ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି,ସ୍ଥାନୀୟ ସରପଞ୍ଚ ରମେଶ ସାହୁ, ସମିତି ସଭ୍ୟ ପଦ୍ମ ଚରଣ ଦଳେଇ, ବାକୁଟୁଗାଁ ସରପଞ୍ଚ ଗଣେଶ ସାହୁ, ସମିତି ସଭ୍ୟ ପ୍ରତିନିଧି ପ୍ରଭାକର ପ୍ରଧାନ ବରିଷ୍ଠ ଯୁବନେତା କାଳୁରାମ ମହାରଣା,ସମାଜସେବୀ ଅହଲ୍ୟା ଜେନା ଓ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ଥିଲେ।ଶିକ୍ଷକ ପ୍ରଫୁଲ୍ଲ ସାହୁ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ବିଗତ ବର୍ଷ ଦଶମ ଶ୍ରେଣୀ ପରିକ୍ଷାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଉତିନ୍ନ ଦୁଇ ଜଣଙ୍କୁ ରାଜସ୍ବ ନିରିକ୍ଷକ ସଞ୍ଜୟ କୁମାର ସାହୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ କାର୍ୟ୍ୟକ୍ରମକୁ ଉପଭୋଗ କରିଥିଲେ। ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।



