
ଗୁଣୁପୁର,୨୭/୦୧.ପବିତ୍ର ଶ୍ରୀପଞ୍ଚମୀ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ଦିବସ ରେ ରାୟଗଡା ଜିଲ୍ଲା ଗୁଣୁପୁର ରେ କିଛି ନୂତନ ଚିନ୍ତା ଧାରା ନେଇ ଆନ୍ଧ୍ର ମଡେଲ ଅନୁସରଣ କରି ଶ୍ରୀ ଚୈତନ୍ୟ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି ।ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗୋମlଙ୍ଗ,ଅନ୍ୟ ଅତିଥି ଭାବେ ଗୁଣୁପୁର ନଗର ସଭାପତି ରାମ ପଣ୍ଡା , ବ୍ଲକ ସଭାପତି ବାଷା ଶତପଥୀ ଓ ସ୍କୁଲର ଚେୟାରମେନ ପ୍ରଦୀପ ପାତ୍ର ମଞ୍ଚlଷିନ ଥିଲେ ।ଏହି କାର୍ଯ୍ୟକ୍ରମ କୁ ସଞ୍ଜୀବ ପଟ୍ଟନାୟକ ପରିଚାଳନା କରିଥିଲେ ।

ବିଧାୟକ ନିଜ ବକ୍ତବ୍ୟ ରେ ଏହି ସ୍କୁଲକୁ ଉଚ୍ଚ ପ୍ରଶଂସା କରି ଏହି ସ୍କୁଲ ର ବିଭିନ୍ନ ଗୁଣ।ବଳି ଦ୍ଵାରା ପିଲାମାନେ ସଂସ୍କାର ଶିଖିବା ସହ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି କହିଥିଲେ l ସ୍କୁଲ ଅଧକ୍ଷ ପ୍ରଦୀପ ପାତ୍ର କହିଥିଲେ ଅଭିଜ୍ଞ ଶିକ୍ଷକ ଦ୍ଵାରା ଅଭିଭାବକ ଙ୍କ ମୁଖ୍ୟ ସମସ୍ୟା ଟ୍ୟୁସନ ସମସ୍ୟା ଦୂର କରିବା ସହ ନୂତନ ଶିକ୍ଷା ପଦ୍ଧତି ଅନୁସରଣ,ପିଲାଙ୍କୁ ସଂସ୍କାର ସହ ଶୃଙ୍ଖଳା ଶିକ୍ଷା ଦାନ ଓ ପ୍ରତି ପିଲାର ଅନ୍ତର୍ନିହିତ ଗୁଣ (ଖେଳ,ଚିତ୍ରାଙ୍କନ,ଲିଖନ ଓ ବିଭିନ୍ନ ପ୍ରତିଯୋଗିତା ମୁଳକ)କୁ ବାସ୍ତବରେ ପରିଣତ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଥିଲେ । ଏହି ବର୍ଷ, ଏହି ସ୍କୁଲ ରେ ନର୍ସରୀ ଠାରୁ ପଞ୍ଚମ ଯାଏ ଶିକ୍ଷାଦାନ କରାଯିବ,ଆସନ୍ତା କାଲି ଠାରୁ ନୂତନ ପଞ୍ଜିକରଣ ଆରମ୍ଭ ହେବା ସହ ଅଭିଭାବକ ମାନେ ଫର୍ମ ନେଇପାରିବେ ଓ ଏପ୍ରିଲ ଠାରୁ ଶିକ୍ଷା ଦାନ ଆରମ୍ଭ କରାଯିବ ବୋଲି ସ୍କୁଲ କର୍ତ୍ତୁପକ୍ଷ ଙ୍କ ଠାରୁ ଜଣାଯାଇଛି ।



