କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଞ୍ଜ ଜୟନ୍ତୀ

70

ଭଞ୍ଜନଗର ,୨୭/୦୧ : ଭଂଜ ମାଟିର ଗର୍ବ ଗୌରବ ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଓଡିଶା ର ବିଭିନ୍ନ ସ୍ଥାନ ରେ ମହାସମାରୋହରେ ପାଳିତ ହୋଇଯାଇଛି। ଭଞ୍ଜନଗର ଓ କୁଲାଡ ଗ୍ରାମ ଠାରେ ମଧ୍ୟ ଭଂଜ ଜୟନ୍ତୀ ପାଳିତ ହୋଇଥିଲା
କୁଲାଡ ଗ୍ରାମଠାରେ ବାର୍ଡ ଅନୁଷ୍ଠାନ ଓ ଅଶୋକ ମହାପାତ୍ର ଙ୍କ ସହଯୋଗ ରେ ଭଂଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଥିଲା ସେହିପରି ଭଞ୍ଜନଗର ଭଞ୍ଜମଣ୍ଡପ ଠାରେ ଭଂଜ ଜୟନ୍ତୀ ସନ୍ଧ୍ୟାରେ ଭଞ୍ଜ ସଙ୍ଗୀତ ପରିବେଷଣ ସହ ଭଂଜ ସାହିତ୍ୟ ଆଲୋଚନା ହୋଇଥିଲା

ଭଞ୍ଜ ଜୟନ୍ତୀ ଅବସରରେ ଆୟୋଜିତ କାର୍ୟ୍ୟକ୍ରମ ରେ ବିଶିଷ୍ଟ ଭଞ୍ଜ ସାହିତ୍ୟର ଗବେଷକ ତଥା ସୁସାହିତ୍ୟିକ ଡଃ କମ୍ବୁପାଣୀ ସାମନ୍ତ, ଡଃ ବାବାଜୀ ଚରଣ ପଟ୍ଟନାୟକ, ଡଃ କ୍ରୃଷ୍ଣ କେଶବ ଷଡ଼ଙ୍ଗୀ, ଡଃ ନାରାୟଣ ପଣ୍ଡା ତଥା ଭଞ୍ଜନଗର ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଓ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ
ଭଞ୍ଜ ଜୟନ୍ତୀ ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତା ଶିର୍ଷକ ” ଭଞ୍ଜ ସାହିତ୍ୟରେ ସଂଗୀତ”ରେ ପ୍ରଥମ ଓ ଭଞ୍ଜ ସଂଗୀତରେ ପ୍ରଥମ ସ୍ଥାନ ଅଧିକାର କରି ବିଶିଷ୍ଟ ଭଞ୍ଜ ସାହିତ୍ୟର ଗବେଷକ ତଥା ସୁସାହିତ୍ୟିକ ଡଃ କମ୍ବୁପାଣୀ ସାମନ୍ତ, ଡଃ ବାବାଜୀ ଚରଣ ପଟ୍ଟନାୟକ, ଡଃ କ୍ରୃଷ୍ଣ କେଶବ ଷଡ଼ଙ୍ଗୀ, ଡଃ ନାରାୟଣ ପଣ୍ଡା ତଥା ଭଞ୍ଜନଗର ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଓ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ସ୍ଥାନିୟ ଭଞସାହିତ୍ୟ ପରିଷଦ ଠାରେ ପୁରସ୍କାର ଗ୍ରହଣ କରିଥିଲେ ସ୍ନେହାଲିସା ମିଶ୍ର ,ଉଭୟ ଭଂଜ ସଙ୍ଗୀତ ଓ ଓଡ଼ିଆ ତର୍କ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ