
ରାୟଗଡ଼ା -୨୬-୧(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ଗ୍ରାମ ଠାରେ ଥିବା ରାମକୃଷ୍ଣ ମିଶନ ଠାରେ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ବିଷମକଟକ ବ୍ଲକ ବିଡ଼ିଓ ଶ୍ରୀ ସଦାଶିବ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାମକୃଷ୍ଣ ମିଶନରେ ପତକା ଉତ୍ତୋଳନ କରିଥିଲେ। ତାଙ୍କ ସହ ରାମକୃଷ୍ଣ ମିଶନ ମୁଖ୍ୟ ଶ୍ରୀ ଗିତାତ୍ମାନନ୍ଦ ମହାରାଜ ଓ ରାମକୃଷ୍ଣ ମିଶନ ସମସ୍ତ କର୍ମଚାରୀ ମାନେ ଉପରିସ୍ଥ ଥିଲେ। ସେହିପରି ହାଟ ମୁନିଗୁଡା ଶାନ୍ତି ଶିଶୁ ମନ୍ଦିର, ହାଟ ମୁନିଗୁଡା କନ୍ୟା ଶ୍ରମ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୟୁପି ସ୍କୁଲ୍, ଏମ୍ ଇ ସ୍କୁଲ୍ ପଂଚାୟତ ସମିତି, ରେ ସାଧାରଣ ତନ୍ତ୍ର ଦିବସ ପାଳନ କରି ସହର ପରିକ୍ରମା କରାଯାଇ ପତକା ଉତ୍ତୋଳନ କରାଯାଇଥିଲା।









