ମାନବିକତାର ପରିଚୟ ଦେଖାଇଲେ ବିଷ୍ଣୁ ପ୍ରସାଦ ପଣ୍ଡା

51

ଗୁଣୁପୁର,୨୫/୦୧(ଜିଲ୍ଲା ଖବର) : ଦମ୍ବସରା କଲେଜ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ କଲେଜ ଛାତ୍ରୀ ଆହତ ହଇ ପଡିଥିଲେ। ସେହି ରାସ୍ତାରେ କେହି ଭି ତାଙ୍କୁ ଉଦ୍ଧାର କରୁନିଥିଲେ, ଏଥି ମଧ୍ୟରେ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପଣ୍ଡା (ବିଜୁ ଛାତ୍ର ଜନତାଦଳ ସଭାପତି ରାୟଗଡ଼ା) ସେହି ରାସ୍ତା ଦେଇ ଫେରୁଥିବା ବେଳେ ଦୁର୍ଘଟଣା ହେଇଥିବା ଦେଖି ନିଜ ଗାଡ଼ି ରେ ଆହତ ଛାତ୍ରୀଙ୍କୁ ନିଜେ ଉଠାଇ ଗୁଣୁପୁର ଡାକ୍ତରଖାନା ଉପଖଣ୍ଡରେ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ ଏବଂ ଡ଼ାକ୍ତରଙ୍କ ସହ ପରାମର୍ଶ କରି ଉଚିତ୍ ଚିକିତ୍ସା ପ୍ରଦାନ କରିଥିଲେ।