ଜାତୀୟ ମତଦାନ ଦିବସ ପାଳନ

30

ଧରାକୋଟ,୨୫/୦୧(ଜିଲ୍ଲା ଖବର) : ଗଣତନ୍ତ୍ରର ସୁରକ୍ଷା ପାଇଁ ଭୋଟର ମାନଙ୍କ ମତଦାନ ଗୁରୁତ୍ୱପୁର୍ଣ୍ଣ। ଆଜି ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ତେର ତମ ଜାତୀୟ ମତଦାନ ଦିବସ ପାଳନ ଅବସରରେ ଭୋଟର ଦୁଇ ଜଣ ସୁପରଭାଇଯର, ସାତ ଜଣ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ ଓ କଲ୍ୟାଣ ଅଧିକାରୀ ଅନିଲ ପ୍ରଧାନ ଆଜିର ଦିବସର ଅନୁଚିନ୍ତା ସହ ଏହାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। ନିର୍ବାଚନରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା,ସମସ୍ତ ଭୋଟର ଯେପରି ମତଦାନ ସାବ୍ୟସ୍ତ କରିବେ ସେଥିପାଇଁ ସଚେତନତା କରିବା,ଅଧିକ ସଂଖ୍ୟାରେ ଯେପରି ଅଧିକ ଭୋଟରଙ୍କୁ ସାମିଲ କରିବା ନେଇ ଆଲୋଚନା କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବି ଡି ଓ ଡେନିସ ବେହେରାଙ୍କୁ ଭୋଟର ପଞ୍ଜୀକରଣ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ଭାବରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।