ଚାରି ବର୍ଷ ପିଲାକୁ ପିଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟକ

88

ଧରାକୋଟ–୨୫/୦୧(ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମରେ ଗତ ମଙ୍ଗଳବାର ରାତ୍ରରେ ଜଣେ ନିରିହ ଚାରି ବର୍ଷ ଶିଶୁ ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ ପାତ୍ରକୁ ପିଟିପିଟି ହତ୍ୟା ଘଟଣାରେ ସଂପୃକ୍ତ ଗ୍ରାମର କିର୍ତ୍ତନ ସେଠୀ ଙ୍କ ପୁଅ ଶ୍ରୀକାନ୍ତ ସେଠୀକୁ ଆଜି ଗଂଜାମ SP ନିଦ୍ଧେର୍ଶ କ୍ରମେ ଆସିକା SDPO ଉମାଶଙ୍କର ସିଂ ଙ୍କ ନେତୃତ୍ବରେ ଗଠିତ ଟିମ୍ ଅଭିଯୁକ୍ତ ଅଟକ ରଖିଥିବା ସୂଚନା ମିଳିଛି। ସଂପୃକ୍ତ ଗ୍ରାମରେ ଏହି ଘଟଣା ଘଟିବା ପରେ ଉତେଜନା ପ୍ରକାଶ ପାଇଥିଲା।SDPO ଙ୍କ ନେତୃତ୍ବରେ ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ ପ୍ରଧାନ,ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ,ଓ ବଡଗଡ ଥାନା ଅଧିକାରୀ ସୂରଜ କୁମାର ଝଙ୍କାର, ଙ୍କୁ ନେଇ ଗଠିତ ଟିମ ସୁଚିନ୍ତିତ ଉପାୟରେ ଶ୍ରୀକାନ୍ତ କୁ ଗିରଫ କରି ଅଟକ ରଖି ତଦନ୍ତ ଚଳାଇଥିବା ଧରାକୋଟ ଥାନ ଅଧିକାରୀ ସୂଚନା ଦେଇ ଛନ୍ତି।ଏ ସମ୍ପର୍କରେ ଧରାକୋଟ ଥାନା ରେ ୨୪/୨୩ ପ୍ରକାରେ ମାମଲା ରୁଜୁ କରାଯାଇଛି।ଆଜି ସାଇଣ୍ଟିଫିକ ଅଫିସର ପ୍ରଣତି ନାଇକଙ୍କ ନେତୃତ୍ବରେ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ହତ୍ୟା କାଣ୍ଡ ସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି।