
ଧରାକୋଟ,୨୫/୦୧(ଜିଲ୍ଲା ଖବର) : ଧରାକୋଟ ବ୍ଲକର ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଦିଗାମ୍ବର ବିଶୋଇ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ଯେକୌଣସି ଘଟଣାର ମୁକାବିଲା କରିବା ପାଇଁ ଆତ୍ମବଳ ଯୋଗାଇବ ବୋଲି ପ୍ରକାଶ କରିଥିଲେ। ସଂଯୋଜିକା ତଥା ଅର୍ଥନୀତି ଅଧ୍ୟାପିକା ସଂଯୁକ୍ତା ସାହୁ, ବରିଷ୍ଠ ଅଧ୍ୟାପକ ଶଙ୍କର ସାହୁ, , ଡ ସୁମିତ୍ରା ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନେ ନିଜେ ସୁରକ୍ଷିତ ରହି ଅନ୍ୟକୁ ସାହାଯ୍ୟ କରିବାକୁ ମତ ରଖିଥିଲେ। ଇଂରାଜୀ ଅଧ୍ୟାପକ ଜଗନ୍ନାଥ ପଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ଅଧ୍ୟାପକ ରଞ୍ଜନ ପଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ମାଷ୍ଟର ଟ୍ରେନର ଭାବେ ମିନତି ଗୌଡ଼ ଓ ଯସ୍ମିତା ଦଳବେହେରା ଛାତ୍ରୀ ମାନଙ୍କୁ ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।



